ମେଷ: କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ତାଳମେଳ ବଜାୟ ରଖିବେ। ବ୍ୟବସାୟ ସମ୍ବନ୍ଧୀୟ କାମ ସମୟ ଅନୁକୂଳ। ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ବ୍ୟବସାୟ ବୃଦ୍ଧି ଲାଗି ନୂଆ କୌଶଳ ଗ୍ରହଣ କରିବେ। ଲେଖକ ନୂଆ ରଚନା ଆରମ୍ଭ କରିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।
ମିଥୁନ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ୍ରେ କାର୍ଯ୍ୟଭାରରୁ ଆରାମ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାରରେ ଆଶାଜନକ ଫଳ ପାଇବେ।
କର୍କଟ: ସବୁ କାମ ସୁଚାରୁ ରୂପେ ହୋଇଯିବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ଅଫିସ୍ରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ସିଂହ: କୌଣସି ବିଶେଷ ନିବେଶ ସମ୍ବନ୍ଧରେ ତୁରନ୍ତ ନିର୍ଣ୍ଣୟ ନିଅନ୍ତୁ। ମିଡିଆ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ବ୍ୟସ୍ତତାରେ ରହିବେ। କୌଣସି ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
କନ୍ୟା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପିଯିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ତୁଳା: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ପରିବାର ଲୋକଙ୍କ ସହଯୋଗ ପାଇବେ। ଯୁବକ ନିଜର ଭବିଷ୍ୟତକୁ ନେଇ ସଜାଗ ରହିବେ।
ବିଛା: ଆପଣ ନିଜକୁ ଆରାମ ଅନୁଭବ କରିବେ। ଅଫିସ୍ରେ ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
ଧନୁ: ସଠିକ୍ ଫଇସଲା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।
ମକର: ଅକାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମାପ୍ତ ହୋଇଯିବ। ବିବେକରେ କାମ କଲେ ବାଜି ଆପଣଙ୍କ ପକ୍ଷରେ ହେବ। ଅଫିସ୍ରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଅନୁକୂଳ। ରାଜନୀତିକ ଲୋକଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ।
ମୀନ: ନୂଆ ଅନୁବନ୍ଧ ମିଳିବାର ସମ୍ଭାବନା। କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।