ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ସହିତ ସଦ୍‌ଭାବନାପୂର୍ବକ ସମୟ ବିତାଇବେ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ‌

ବୃଷ: ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ହୋଇପାରେ। କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି। ତେଣୁ ସତର୍କ ରୁହନ୍ତୁ। ଅଫିସ୍‌ କାମରେ ଦୂରସ୍ଥାନକୁ ଯିବେ। ‌

ମିଥୁନ: ବାପାଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ‌

କର୍କଟ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁର ପରାମର୍ଶ ନେବା ଲାଭପ୍ରଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ‌

ସିଂହ: ଧର୍ମ କାର୍ଯ୍ୟରେ ମନ ଲାଗିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ପରିବାରରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ‌ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

କନ୍ୟା: ସମସ୍ତଙ୍କ ସହଯୋଗ ପାଇବେ। ବ୍ୟବସାୟରେ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପ୍ରତିଯୋଗିତାମୂଳକ ପରୀକ୍ଷା‌ ସଂପର୍କରେ ଭଲ ଖବର ପାଇବେ।

ବିଛା: ଅଫିସ୍‌ରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। କୌଣସି ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। ଜମି କିଣିବା ଯୋଗ ଅଛି।

ଧନୁ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟ କ୍ଷେତ୍ରରେ ପୂର୍ବ ଜଣାଶୁଣାରୁ ଲାଭ ପାଇବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ।

ମକର: ଅନ୍ୟମାନଙ୍କ ସହିତ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କାମ ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ପିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଇଲେକ୍ଟ୍ରି ଯାନ କିଣିବା ଯୋଗ ଅଛି।

କୁମ୍ଭ: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ଆମଦାନି ବଢ଼ିବା ପାଇଁ କୌଣସି ରାସ୍ତା ଖୋଲିବ।

ମୀନ: ପରିବାର ଓ ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।

ସମ୍ବନ୍ଧିତ ଖବର