publive-imageମେଷ: ଆପଣଙ୍କର ସବୁ କଷ୍ଟ ଦୂର ହେବ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇ ଭଉଣୀର ସହଯୋଗ ପାଇବେ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ। ‌

Advertisment

publive-imageବୃଷ: ବେପାରରେ ଲାଭ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ଅଛି। କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ‌

publive-imageମିଥୁନ: ଶିକ୍ଷଣୀୟ ସଂସ୍ଥାକ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ମିଳନୀରେ ଆପଣଙ୍କ କଥା ରଖିବେ। ରାଜନୀତିରେ ଥିବା ଲୋକ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

publive-image

କର୍କଟ: କାମରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ। କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageସିଂହ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ପୂରା ସହଯୋଗ ମିଳିବ।

publive-imageକନ୍ୟା: କାମ ପାଇଁ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ଉତ୍ସାହରେ ଭରା ରହିବ।ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: କ୍ୟାରିୟରକୁ ନେଇ ଗହନ ଚିନ୍ତାରେ ରହିବେ। କୌଣସି ବି କାମ ମନ ଲଗାଇ କରନ୍ତୁ, ସଫଳତା ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageବିଛା: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

publive-image
ଧନୁ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଭ୍ରମଣ ସୁଖଦ ରହିବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ଖେଳାଳୀମାନଙ୍କ ଲାଗି ଭଲ ଦିନଟିଏ।

publive-image

ମକର: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ବନାଇ ରଖନ୍ତୁ। କ୍ୟାରିୟରରେ ଉନ୍ନତି ଯୋଗ ଅଛି। ଜମି ସମ୍ବନ୍ଧରେ ଖୁସି ଖବର ପାଇବେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

publive-image

କୁମ୍ଭ: ବ୍ୟବସାୟରେ ସଫଳତା ପାଇବେ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ମନଧ୍ୟାନ ଦେଇ ଶୁଣିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଆଇନି ଛାତ୍ର ନିଜ ସମୟର ସଦୁପଯୋଗ କରନ୍ତୁ।

publive-image

ମୀନ: କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟରେ ଉନ୍ନତି ହେବ।‌