ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବ୍ୟବସାୟରେ କିଛି ଲୋକଙ୍କଠାରୁ ସାହାଯ୍ୟ ମିଳିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣ ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଆପଣଙ୍କର କୌଣସି ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ବ୍ୟବସାୟରେ ସୁଧାର ଆଣିବେ। ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ବେପାରୀଙ୍କ ଲାଗି ଭଲ ଦିନଟିଏ। ଭାବିଥିବା କାମ ଅଚାନକ ପୂରା ହୋଇଯିବ। ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବଢ଼ିଆ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚ ଅଧିକାରୀ ଗୁରୁତ୍ବର ସହିତ ବିଚାର କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ଲାଗି ଯିବେ। ସନ୍ତାନଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିବ। ବ୍ୟବସାୟରେ ଲାଭପ୍ରଦ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

ତୁଳା: ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଚାକିରିରେ ବିଶୃଙ୍ଖଳା ଦେଖାଦେବ। ଜମିର ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଜୀବନରେ ଉନ୍ନତିର ନୂଆ ରାସ୍ତା ଖୋଲିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ଶୁଭ ସମାଚାର ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ଭରପୂର ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରୁ ଅଚାନକ ଧନଲାଭ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଆପଣଙ୍କ ଧୢାନ ଆଧୢାତ୍ମିକ କାର୍ଯ୍ୟରେ ଲାଗି ରହିବ। ନୂଆ କାମ କରିବାକୁ ଉତ୍ସୁକ ଥିଲେ ବଡ଼ଙ୍କ ପରାମର୍ଶ ନେଇ କରନ୍ତୁ। ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀ ମାତା।

ମୀନ: ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ। ଘରେ ଛୋଟିଆ ସମାରୋହ ଆୟୋଜନ ହୋଇପାରେ। ଅଫିସରେ କର୍ତ୍ତୃତ୍ବ ବଢ଼ିବ। ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର