ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଅନୁଭବୀଙ୍କ ଠାରୁ କିଛି ନୂଆ ଶିଖିବେ। ଜୀବନସାଥୀଙ୍କ ପାଇଁ ଅଳଙ୍କାର କିଣିବେ। ‌

ବୃଷ: ଜୀବନସାଥୀ ସହ ସମୟ ଅତିବାହିତ କରିବେ। ଅଚାନକ ଏଭଳି କିଛି ହାସଲ ହେବ ଯାହା ଦୀର୍ଘଦିନ ଅପେକ୍ଷାରେ ଥିଲେ। କାର୍ଯ୍ୟକ୍ଷେତ୍ରରେ ଲୋକମାନଙ୍କର ସହଯୋଗ ପାଇବେ।‌

ମିଥୁନ: ଜରୁରୀ କାମ‌ରେ ଭାଇ ଭଉଣୀର ସହଯୋଗ ପାଇବେ। ପରିବାର ଲୋକଙ୍କ ସହ ସୁସମୟ ବିତାଇବେ। ବ୍ୟବସାୟରେ ଯାତ୍ରା ଲାଭଦାୟକ ହେବ। ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ। ‌

କର୍କଟ: ଅଧୁରା ଥିବା କାମ ସଂପୂର୍ଣ୍ଣ ହେବ। ବିଜ୍ଞାନ ଛାତ୍ରଙ୍କୁ ସଫଳତା ମିଳିବ। ବେପାରରେ ଅଚାନକ ଧନଲାଭ ହେବ। ବାପା ମାଆଙ୍କ ସହ ସମ୍ବନ୍ଧ ଭଲ ହେବ। ବେକାରଙ୍କୁ ରୋଜଗାର ମିଳିବ। ‌

ସିଂହ: ଆୟର ନୂଆ ଉତ୍ସ ଆସିବ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ଯୋଗାଯୋଗ‌ରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

କନ୍ୟା: ବେପାର ବୃଦ୍ଧି ହେବାର ସମ୍ଭାବନା ଅଛି। କଣ୍ଠଶିଳ୍ପୀଙ୍କୁ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ବନ୍ଧୁ କୌଣସି କାମରେ ସାହାଯ୍ୟ ନେବେ। ଜୀବନସାଥୀ ସହ ରାତ୍ରିଭୋଜନ କରିବେ।

ତୁଳା: ଅଫିସରେ ଆଖପାଖର ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ବରିଷ୍ଠଙ୍କ ପରାମର୍ଶ ନେଲେ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ବିଛା: ନୂଆ କାମ କରିବାକୁ ଭାବିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଘର ଲୋକଙ୍କ ସହ ଆଲୋଚନା କରିବେ। ବ୍ୟବସାୟରେ ନୂଆ ଲୋକଙ୍କ ସହ ଯୋଡ଼ିବାର ସୁଯୋଗ ପାଇବେ।

ଧନୁ: ବ୍ୟବସାୟ ଲାଗି ସାହାଯ୍ୟକାରୀ ହେଲା ଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। କିଛି ଲୋକ ଆପଣଙ୍କ ବିଚାର ଓ କଥାରେ ସହମତ ହେବେ। ଆପଣ କିଛି ଲୋକଙ୍କୁ ନୂଆ ବନ୍ଧୁ ବନାଇବେ।

ମକର: ଆୟର ନୂଆ ଉତ୍ସ ପ୍ରାପ୍ତ ହେବ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ କମ୍ ପାଇବେ। ଜୀବନକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କୁମ୍ଭ: ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତିବ। କର୍ମଜୀବୀ ମହିଳା କର୍ତ୍ତୃପକ୍ଷଙ୍କ ଠାରୁ ପ୍ରୋତ୍ସାହନ ପାଇବେ। ମନରେ ଦିନ ସାରା ଗମ୍ଭୀର ବିଚାର ଘୂରି ବୁଲିବ।

ମୀନ: ଲକ୍ଷ୍ୟ ସମ୍ବନ୍ଧରେ ବିଚାର କରିବେ। କାମରେ ଯାତ୍ରା ଲାଭଦାୟକ ହେବ। ବନ୍ଧୁ ଆସିବାରୁ ଘରେ ଖୁସିର ମାହୋଲ ରହିବ। ତଳିଆ କର୍ମଚାରୀ କାମ ଶିଖିବାକୁ ଚାହିଁବେ।

ସମ୍ବନ୍ଧିତ ଖବର