ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ଘରେ କୌଣସି ଧାର୍ମିକ ଆୟୋଜନର ପ୍ରସ୍ତୁତି ହୋଇପାରେ।

ବୃଷ: ଚାକିରିଆଙ୍କର ଅଫିସ କାମରେ ଯାତ୍ରା ଯୋଗ ଅଛି। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ସାଥିରେ ସମୟ କାଟିବେ। ‌

ମିଥୁନ: କଠିନ ପରିଶ୍ରମର ଭଲ ଫଳ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲଭାବେ ତୁଲାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କର୍କଟ: ଜମି ବ୍ୟବସାୟରେ ବଡ଼ ଚୁକ୍ତି ହୋଇପାରେ। ଅସାବଧାନତା ଓ ଉଦାରତା ବ୍ୟବସାୟରେ ହାନିକାରକ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହ ଦୀର୍ଘ ସମୟ କଥା ହେବେ।

ସିଂହ: ଚାକିରି କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ମିଳିବ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

କନ୍ୟା: ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରିବେ। ଚାକିରି ପାଇଁ ସାକ୍ଷାତକାର ଦେଇଥିବା ବ୍ୟକ୍ତିଙ୍କୁ ଡାକରା ଆସିବ। ‌

ତୁଳା: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ମାମଲା ନେଇ କେହି ଆପଣଙ୍କ ପରାମର୍ଶ ନେଇ ପାରନ୍ତି। ବ୍ୟବସାୟୀଙ୍କୁ କାମର ନୂଆ ଅଭିଜ୍ଞତା ମିଳିବ।

ବିଛା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୃଷକଙ୍କ ଲାଗି ଦିନଟି ଭଲ। କାମରେ ବାପାଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ନିଜକୁ ଶକ୍ତିବାନ ଅନୁଭବ କରିବେ।

ଧନୁ: ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିଯିବା ଯୋଜନା ବାତିଲ ହେବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ପରିବାରର ବିଶେଷ ମାମଲାକୁ ଅଣଦେଖା କରନ୍ତୁ ନାହିଁ।


ମକର: ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ସମାଜସେବା ପାଇଁ ଆଗ୍ରହ ବଢ଼ିବ। ଧନଲାଭର ଯୋଗ ଅଛି। କୌଣସି କାମ ପାଇଁ ଆପଣଙ୍କର ଚେଷ୍ଟା ସଫଳ ହେବ।

କୁମ୍ଭ: ବନ୍ଧୁ ସହ ଭବିଷ୍ୟତ ଯୋଜନା ନେଇ ବିଚାର ବିମର୍ଶ କରିବେ। କାହାରିକୁ ସାହାଯ୍ୟ କରିବାର ମଉକା ପାଇବେ। ବେପାରରେ ଅଚାନକ ଧନଲାଭ ହେବ।

ମୀନ: ବାପାମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ କାମରେ ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହିତ ସିନେମା ଦେଖିବେ।

ସମ୍ବନ୍ଧିତ ଖବର