/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କୁ ନିଜର ମନ କଥା କହିବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଅଫିସରେ ବାକି କାମ ପୂରା ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାଙ୍କୁ ବିଶେଷ ଖବର ମିଳିବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଶରୀର ସୁସ୍ଥ ରହିବ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆୟ ଉତ୍ସରେ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ମନ ସାମାଜିକ କାର୍ଯ୍ୟରେ ଲାଗିବ। ନୂଆ କାମ ପାଇଁ ଯୋଜନା କରିପାରନ୍ତି। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ ନୂଆ ବିଚାର ପ୍ରୟୋଗ କରିବେ। ବେପାରରେ ଅଚାନକ ଧନଲାଭ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଅଫିସରେ ଜରୁରୀ କାମ ସାରିବାରେ ପୂର୍ବ ଅନୁଭବ କାମ ଦେବ। ନୂଆ ବ୍ୟବସାୟରେ ବୁଝି ବିଚାରି ନିବେଶ କରନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ କଥା ହେବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ପୁରୁଣା ବନ୍ଧୁ ସହ ଫୋନରେ କଥା ହେବେ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଶତ୍ରୁ କ୍ଷତି ପହଞ୍ଚାଇବାର ପ୍ରୟାସ କରି ବିଫ​ଳ ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିବ। ପରିବାରରେ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ଅବସ୍ଥାରେ ସ୍ଥିରତା ବଜାୟ ରହିବ। ଧାର ଦେଇଥିବା ଅର୍ଥ ଫେରି ପାଇବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।
ମୀନ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ଧନଲାଭର ସୁବର୍ଣ୍ଣ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)