publive-imageମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀ ସହ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସତେଜ ରହିବେ।

Advertisment

publive-imageବୃଷ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ। ଖୁସି ଖବର ପାଇବେ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

publive-imageମିଥୁନ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବିଦେଶୀ କଂପାନି ସହ ଡ଼ିଲ ହେବାର ଯୋଗ ଅଛି। କୌଣସି ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ। ରାଜନୀତିରେ ସଫଳତା ପାଇବେ।

publive-image

କର୍କଟ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଶେଷ ହୋଇଯିବ। ଧର୍ମକାର୍ଯ୍ୟରେ ସହଯୋଗ ଦେବାର ଅବସର ପାଇବେ। ପିଲାମାନେ ନିଜର ମନକଥା ବାପା ମାଆଙ୍କୁ କହିବେ। ‌

publive-imageସିଂହ: ଦାମ୍ପତ୍ୟ ଜୀବନ ମିଷ୍ଟତାରେ ପୂର୍ଣ୍ଣ ରହିବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ। ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ।

publive-imageକନ୍ୟା: ଆର୍ଥିକ ସ୍ଥିତିୁ ସୁଦୃଢ଼ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

publive-imageତୁଳା: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିପାରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

publive-imageବିଛା: ଆତ୍ମବିଶ୍ବାସ ବଳରେ ଆପଣଙ୍କ କାମ ପୂରା କରିନେବେ। ବ୍ୟବସାୟ କାମ ପାଇଁ ଦୂରସ୍ଥାନକୁ ଯିବେ। ଚାକିରି ବିଷୟରେ ଆପଣ ବହୁତ ବ୍ୟବହାରିକ ରହିବେ। ବୈବାହିକ ଜୀବନ ସୁଖମୟ ହେବ।

publive-image
ଧନୁ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଭଲ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀ ଯୁଗଳଙ୍କୁ ଦିନଟି ଖୁସି ଦେବ।

publive-image

ମକର: ଆପଣଙ୍କର ଅଧୁରା ଥିବା ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।

publive-image

କୁମ୍ଭ: କାହାରି ମାମଲାରେ ଦଖଲ ଦେବାରେ ନିବୃତ୍ତ ରୁହନ୍ତୁ। ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ। ପିଲମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର।

publive-image

ମୀନ: କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ। ଇଂଜିନିୟରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।