ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ବାପାଙ୍କ ମାର୍ଗରେ ଆଗକୁ ବଢ଼ିଲେ ସଫଳତା ମିଳିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ବୃଷ: ଆପଣଙ୍କ ଭାବନାର ପରିବର୍ତ୍ତନ ଆସିବ। ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ‌

ମିଥୁନ: ଆପଣଙ୍କ ରଚନାତ୍ମକ କାର୍ଯ୍ୟ ଉନ୍ନତିରେ ସହାୟକ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିମାନଙ୍କର ଦରମା ବଢ଼ିପାରେ। ପ୍ରେମ ଜୀବନ ଭଲ ହେବ। ‌

କର୍କଟ: ଧ୍ୟାନ ଜପ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯାହା ବି କାମ କରିବେ କମ୍ ସମୟରେ ପୂରା କରିଦେବେ। କିଣାବିକା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ସିଂହ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ନୂଆ ଜାଗାକୁ ଯିବା ପାଇଁ ଯୋଜନା କରିବେ। କିଛି ଲୋକଙ୍କ ଠାରୁ ଆଶାରୁ ଅଧିକ ଲାଭ ହେବ।

କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ। ସିନେମା ଦେଖିବାର ଯୋଜନା କରିବେ।

ତୁଳା: ସରକାରୀ କାମ କରୁଥିବା ବ୍ୟକ୍ତିମାନଙ୍କୁ ସରକାରଙ୍କର ପ୍ରୋତ୍ସାହନ ମିଳିପାରେ। ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।

ବିଛା: ଜୀବିକାରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ଧନୁ: ସାରାଦିନ ଆପଣଙ୍କ ଚେହେରାରେ ପ୍ରସନ୍ନତା ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ନୂଆ ସୁଯୋଗ ପାଇବେ। ପାଖ ଲୋକ ଆପଣଙ୍କୁ ଧାର ମାଗି ପାରନ୍ତି।

ମକର: ଚାକିରିରେ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ଘରକୁ କୁଣିଆ ଆସିବେ। ପାରିବାରିକ ଜୀବନରେ ହସ ଖୁସି ବଢ଼ିବ।

କୁମ୍ଭ: ଏକାଗ୍ର ଚିତ୍ତରେ କରୁଥିବା କାମର ଭଲ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ମୀନ: ଚାକିରି ବୃତ୍ତିରେ ଆହ୍ବାନ ଆସିବ। ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ପ୍ରିୟଜନଙ୍କ ଠାରୁ ମନପସନ୍ଦ ଉପହାର ପାଇବେ। ପରିବାରରେ ମଧୁରତା ଓ ବିଶ୍ବାସ ବଢ଼ିବ।

ସମ୍ବନ୍ଧିତ ଖବର