ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସାକ୍ଷାତ୍‌ ଆଲୋଚନା ହୋଇପାରେ। ନିଜ କଥାରେ ଅଟଳ ରହିଲେ କ୍ଷତି ସହିପାରନ୍ତି। ପ୍ରେମ ବ୍ୟାପାରରେ ମାତିବେ।

ବୃଷ: ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ମିତ୍ରଙ୍କ ସହାୟତାରେ କିଛି ଆଶା ପୂରଣ ହେବ। ସମାଜରେ ମାନ ସମ୍ମାନ ବଢ଼ିବ।

ମିଥୁନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ଆପଣଙ୍କ ଅଶାନ୍ତିର ସମାଧାନ ବାହାରିପାରେ।

କର୍କଟ: ଆପଣଙ୍କ ଶକ୍ତିକୁ ଭଲ କାର୍ଯ୍ୟରେ ଲଗାଇବେ। ନୂଆ ଉତ୍ସରୁ ଧନଲାଭ ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

ସି˚ହ: ପୁରୁଣା ବିବାଦ ଦଫାରଫା ହୋଇଯିବ। ସମାଜରେ ମାନ ଓ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଅଟକିଥିବା ଅର୍ଥ ପାଇବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ।

କନ୍ୟା: କୌଣସି ନୂଆ କାମ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ରହିବେ। ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ଜୀବିକାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବିବାହ ଲାଗି ସୁନ୍ଦର ପ୍ରସ୍ତାବ ଆସିପାରେ।

ବିଛା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: ସମୟ ଆପଣଙ୍କ ଲାଗି ଅନୁକୂଳ। ବନ୍ଧୁମାନଙ୍କ ସହିତ ମିଳିତ ହୋଇ କାମ କରନ୍ତୁ, ଲାଭ ହେବ। ଛାତ୍ରଙ୍କ ଜୀବନଯାତ୍ରାରେ ନୂଆ ପରିବର୍ତ୍ତନ ଆସିବ।

ମକର: କଳ୍ପନା ଦୁନିଆରେ ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିପାରେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ।

କୁମ୍ଭ: ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କର କଥା ଓ କାମ କରିବାର କୌଶଳ ଲୋକଙ୍କୁ ଖୁସି କରାଇବ।

ମୀନ: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି ଉପରିସ୍ଥ ଅଧିକାରୀ ଖୁସି ହେବେ। ବିଦେଶ ଯାତ୍ରାର ଯୋଗ। ବୈବାହିକ ଜୀବନ ଆନନ୍ଦମୟ ହେବ।

ସମ୍ବନ୍ଧିତ ଖବର