ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କ ପ୍ରତିଭା ଅନ୍ୟମାନଙ୍କୁ ପ୍ରେରଣା ଦେବ। ଘରୋଇ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ବୃଷ: ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ରହିବ। ବ୍ୟବସାୟରେ ଲାଭ।

ମିଥୁନ: ମନରେ ପ୍ରେମ ଓ ଆବେଗ ଭରିରହିବ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ବ୍ୟବସାୟ ସଂପର୍କରେ ଭଲ ଖବର ପାଇବେ।

କର୍କଟ: ବଡ଼ମାନଙ୍କ ସହଯୋଗରେ ଆଶା ପୂରଣ ହେବ। ପ୍ରତିଷ୍ଠା ବଢ଼ିବ। ଉପହାର ମିଳିପାରେ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ।

ସି˚ହ: ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ।

କନ୍ୟା: ଈଶ୍ବରଙ୍କ ଆରାଧନାରେ ଦିନ ବିତିବ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ। ପାରିବାରିକ ଜୀବନରେ ସୁଖୀ ରହିବେ।

ତୁଳା: ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ସାବଧାନତାର ସହ ଗାଡ଼ି ଚଳାନ୍ତୁ।

ବିଛା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ପରିଶ୍ରମର ସୁଫଳ ମିଳିବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ।

ଧନୁ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। କର୍ମଜୀବୀମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ଥଗିତ କାମ ପୂରା ହେବ।

ମକର: କିଛି ନୂଆ କରିବା ଲାଗି ଚିନ୍ତା କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

କୁମ୍ଭ: ଦିନଟି ଉତ୍ତମ ରହିବ। ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଲାଭ ପାଇବେ।

ମୀନ: କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଅର୍ଥ ନେଣଦେଣ ବ୍ୟାପାରରେ ସାବଧାନ ରହନ୍ତୁ। ଭାଗିଦାରି କାରବାରରେ ଅର୍ଥ ନିବେଶ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର