ଆଜିର ରାଶିଫଳ

ମେଷ: ଆଜି ଦିନଟିରେ ଆପଣ ଆତ୍ମବିଶ୍ବାସ ଭରା ରହିବେ। ପାଖଲୋକଙ୍କ ସାହାଯ୍ୟ ପାଇବେ। ପୁଞ୍ଜି ବଜାରରେ ଆଶାଠୁଁ ଅଧିକ ଲାଭ ହେବ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେନାହିଁ। ବେକାରଙ୍କୁ ରୋଜଗାର ମିଳିବ। ଭାଗୀଦାରି କାରବାରରୁ ଭଲ ଫଳା‌ଫଳ ମିଳିବ। ଛାତ୍ରମାନେ ଏକାଗ୍ର ଚିତ୍ତରେ ଅଧୢୟନ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।


ମିଥୁନ: ଈଶ୍ବରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଇଲେକ୍‌ଟ୍ରୋନିକ୍‌ସ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଯାତ୍ରା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ବର।

କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ଲାଗି ଯୋଜନା କରିପାରନ୍ତି। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ବିରଜା।

ସି˚ହ: ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ। ତର୍କବିତର୍କ ଓ ସମସ୍ୟା ଠାରୁ ଦୂରେଇ ରହନ୍ତୁ। ରଚନାତ୍ମକ କାର୍ଯ୍ୟରୁ ପ୍ରତିଫଳ ମିଳିବ। ବ୍ୟବସାୟିକ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

କନ୍ୟା: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। କୌଣସି ଆଇନକାନୁନ ମାମଲାରେ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସେୟାର ବଜାରରୁ ଯଥେଷ୍ଟ ଲାଭ ମିଳିପାରେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଆପଣ ଭାବିଥିବା କାମ ପୂରା ହେବ। ରାଜନୀତିରେ ଫାଇଦା ହେବ। ଜୀବନସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ। ଛାତ୍ରଙ୍କୁ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କିଛି କଠିନ ପରିସ୍ଥିତି ସାମନାକୁ ଆସିପାରେ। ସ˚ପର୍କୀୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବିବାହିତ ଜୀବନସାଥୀଙ୍କ କଥା ମାନି ନିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅଫିସରେ ଆପଣଙ୍କ ରାୟ ରଖିବାକୁ ସୁଯୋଗ ମିଳିବ। କୌଣସି ବିଶେଷ କାମରେ ଫାଇଦା ମିଳିପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମଙ୍ଗଳା।

କୁମ୍ଭ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସାମନାରେ ନତମସ୍ତକ ହୋଇ ରହିବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ମୀନ: ଆପଣ ଖୁସ୍‌ ମିଜାଜ‌େର ରହିବେ। ଜୀବନସାଥୀ ଓ ବନ୍ଧୁଙ୍କ ସହିତ ହାସ୍ୟକୌତୁକ କରିବେ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଅଧିକାରୀଙ୍କ ସହିତ ବିଶେଷ କାର୍ଯ୍ୟକୁ ନେଇ କଥାବାର୍ତ୍ତା ହୋଇପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର