ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଜୀବନସାଥୀଙ୍କ ସହ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେ। ରୋଜଗାର ଲାଗି ନୂଆ ଅବସର ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତା‌ଳମେଳ ବଜାୟ ରଖିବା ଦରକାର। ‌

 

ବୃଷ: କୌଣସି ନୂଆ କାମର ଯୋଜନା କରିବେ। ଆପଣଙ୍କ ବ୍ୟବହାର ଦ୍ବାରା ଲୋକେ ବହୁତ ପ୍ରଭାବିତ ହେବେ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ବୁଦ୍ଧିମତ୍ତାରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ଧର୍ମସ୍ଥାନକୁ ଯାତ୍ରା କରିବେ।

କର୍କଟ: ବାପା ମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ ହେବ। ଧାର ନେବାଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି କାମରେ ସଫଳ ହେବା ଯୋଗୁଁ ପ୍ରଶଂସା ପାଇବେ।

ସିଂହ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି।

କନ୍ୟା: ଆପଣଙ୍କ ମାନସିକ ଆଭିମୁଖ୍ୟ ସକାରାତ୍ମକ ରହିବ। କୌଣସି ଜରୁରୀ କାମରେ ଲାଗି ରହିଥିବା ବାଧାର ସମାଧାନ ହେବ। ସମାଜରେ ଆପଣଙ୍କ କାମର ଆଲୋଚନା ହେବ।

 

ତୁଳା: ଆପଣଙ୍କ ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସିବ। ସାମାଜିକ ଗଣମାଧ୍ୟମରୁ ସୁସମ୍ବାଦ ପାଇବେ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ବିଛା: ବକେୟା ଅର୍ଥ ପାଇବେ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ।

 

ଧନୁ: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ଆଶା ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

 

ମକର: ଭବିଷ୍ୟତ ସମ୍ବନ୍ଧରେ ମାନସ ମନ୍ଥନ କରିବେ। ଘରକୁ ଅଚାନକ ବନ୍ଧୁ ଆସିବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

 

କୁମ୍ଭ: ଅଚାନକ କୌଣସି ବନ୍ଧୁ ସହ ଭେଟ ହେବ। ସୁସମ୍ବାଦ ପାଇବେ। କାମ ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ପ୍ରିୟତମଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।

ମୀନ: ବଳକା କାମ ପୂରା ହେବାର ସମ୍ଭାବନା ଅଛି। ଧନଲାଭର ଅବସର ପାଇବେ। ନବବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ମିଳିବ।

ସମ୍ବନ୍ଧିତ ଖବର