ଜାଣନ୍ତୁ ଆଜିର ରାଶିଫଳ

ମେଷ: ସୃଜନଶୀଳ ଭାବନାରେ ମଜି ରହିବେ। କୌଣସି ସ୍ବତନ୍ତ୍ର କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ବୃଷ: ଅନ୍ୟମାନଙ୍କ ସହିତ ବ୍ୟବହାରରେ ଶାଳୀନତା ରଖନ୍ତୁ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ ଏବଂ କ୍ଳାନ୍ତ ଅନୁଭବ କରିବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ଭାଗୀଦାରି ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ମିଳିବ। ବରିଷ୍ଠଙ୍କୁ ସହଯୋଗ କରି‌େବ ଏବଂ ଖୁସି ହେବେ। ମହିଳାମାନଙ୍କୁ ପ୍ରେମ-ସୁହାଗ ମିଳିବ।

କର୍କଟ: ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଦିନଟି ଶୁଭ। ମନୋରଂଜନ କାର୍ଯ୍ୟକ୍ରମ ଦେଖିବା ଲାଗି ବନ୍ଧୁଙ୍କ ସହ ଯାଇପାରନ୍ତି।

ସି˚ହ: ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ଧନପ୍ରାପ୍ତିର ଯୋଗ। ପରିବାରରେ ଖୁସି। ଜମି କିଣିବା ଲାଗି ଯୋଜନା କରିବେ।

କନ୍ୟା: ଦିନଟି ଖୁସିରେ କଟିବ। ପ୍ରିୟ ବନ୍ଧୁଙ୍କଠାରୁ ଉପହାର ପାଇବେ। ଇ˚ଜିନିଅରଙ୍କୁ ଧନଲାଭ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି।

ତୁଳା: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ ଓ ସଫଳ ହେବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ। ପ୍ରେମ ଜୀବନ ରୋଚକପୂର୍ଣ୍ଣ ରହିବ।

ବିଛା: ଆତ୍ମ ଚିନ୍ତନରେ ସମୟ ବିତିବ। ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି। ରାଜନୀତିରେ ଆର୍ଥିକ ଲାଭ। ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ।

ଧନୁ: କାମ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

ମକର: ପ୍ରଭୁଙ୍କୁ ଆରାଧନା। ମନରେ ସକରାତ୍ମକ ଶକ୍ତି ସ˚ଚାର ହେବ। ସମସ୍ତଙ୍କ ଠାରୁ ସହଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ।

କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବ ବଢ଼ିବ। କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପ୍ରଦର୍ଶନରୁ ଲାଭ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ।

ମୀନ: କ୍ୟାରିଅରର ସୁଧାର ପାଇଁ ସୁଯୋଗ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ଅଧୢାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବୈବାହିକ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର