publive-image

Advertisment

ମେଷ: କୌଣସି ନୂଆ କାମ କରିବା ପାଇଁ ଭାବିବେ। ଅଧିକାରୀବର୍ଗ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଦିନଟି ଲାଭଦାୟକ।

publive-image

ବୃଷ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଉପାର୍ଜନ ନେଇ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

publive-image

ମିଥୁନ: ନୂଆ କାମ କରିବା ଲାଗି ଭାବିପାରନ୍ତି। ଯେଉଁ କାମ ମନ ଦେଇ କରିବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ।

publive-image

କର୍କଟ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବନ୍ଧୁ ସହିତ ବ୍ୟକ୍ତିଗତ ପ୍ରସଙ୍ଗ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ସମ୍ପର୍କରେ ମଧୁରତା ବଢ଼ିବ।

publive-image

ସିଂହ: ଗୃହିଣୀ ନିଜ କାମ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ କରିଦେବେ। କାରବାରରେ ଧନଲାଭ ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଛାତ୍ରଛାତ୍ରୀଙ୍କ ମନରେ ନୂଆ ବିଚାର ଆସିବ।

publive-image

କନ୍ୟା: ଆପଣ ଯେଉଁ କାମ କରିବାକୁ ଚାହୁଁଛନ୍ତି ତାହା ପୂରା ହେବ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଘରେ ଶୁଭକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

publive-image

ତୁଳା: କୌଣସି ଭଲ ଖବର ମିଳିବାର ସମ୍ଭାବନା ଅଛି। ବ୍ୟକ୍ତିଗତ ପ୍ରସଙ୍ଗରେ ଚିନ୍ତାଧାରା ବଦଳି ପାରେ। ଧନଲାଭର ଯୋଗ ରହିଛି। ପରିବାର ସହିତ ସୁଖଦ ସମୟ କାଟିବେ।

publive-image

ବିଛା: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଆପଣଙ୍କ କାମର ପ୍ରଶଂସା ହେବ। ନବବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ ପରିଶ୍ରମର ଫଳ ମିଳିବ।

publive-image

ଧନୁ: ପୂର୍ବରୁ କରିଆସୁଥିବା କାମରୁ ଲାଭ ପାଇବେ। ଆପଣ ଧାର୍ମିକ ଆୟୋଜନରେ ଭାଗ ନେବାର ସୁଯୋଗ ପାଇବେ। ଘନିଷ୍ଠ ସମ୍ବନ୍ଧ ନେଇ ଭାବପ୍ରବଣ ହେବେ।

publive-image

ମକର: ଦିନଟି ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବ। ପୂର୍ବ ଅନୁଭବ କାମରେ ଆସିବ। କାର୍ଯ୍ୟରେ ସୁନିଶ୍ଚିତ ଉନ୍ନତି ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ‌

publive-image

କୁମ୍ଭ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। କିଣାବିକା ଲାଗି ଦିନଟି ଭଲ। ସ୍କୁଲ ଜୀବନର ସାଙ୍ଗ ସହିତ କଥା ହୋଇପାରନ୍ତି।

publive-imageମୀନ: ଶୁଭ ସମ୍ବାଦ ପାଇବେ। ଆତ୍ମବିଶ୍ବାସ ବୃଦ୍ଧି ହେବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।