ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜରୁରୀ କାମ ପାଇଁ ଦୂର ସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ଅନେକ ଆଶା ରହିବ। ଭଲ ସ୍ବାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ।

ବୃଷ: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ ହୋଇଯିବ। ଗୃହିଣୀଙ୍କୁ ଘର କାମରେ କରିବାରେ ପତିଙ୍କ ସହଯୋଗ ମିଳିବ।

ମିଥୁନ: ଲକ୍ଷ୍ୟ ହାସଲ ଲାଗି ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖେଳାଳିଙ୍କର ପ୍ରଦର୍ଶନ ଉତ୍ତମ ରହିବ।

କର୍କଟ: ନିଜକୁ ଲୋକଙ୍କ ଦୃଷ୍ଟିରେ ଭଲ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଜୀବନ ଉଜ୍ଜ୍ବଳମୟ ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ।

କନ୍ୟା: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ତୁଳା: କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।

ବିଛା: ଜୀବିକାରେ ଉନ୍ନତି ଲାଗି ଦିନଟି ଭଲ। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ବ୍ୟବହାର ଆପଣଙ୍କୁ ଖୁସି ଦେବ।

ଧନୁ: ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।

ମକର: ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି। ପ୍ରେମିକାଙ୍କୁ ଉପହାର ଦେବେ।

କୁମ୍ଭ: ମସ୍ତିଷ୍କରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ଦୂର ହୋଇଯିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।

ମୀନ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

ସମ୍ବନ୍ଧିତ ଖବର