ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ବୁଝାମଣା କରିପାରନ୍ତି। ଅଚାନକ କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

 

ବୃଷ: ଆପଣଙ୍କର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମିଥୁନ: ଧର୍ମକାର୍ଯ୍ୟରେ ଆପଣଙ୍କର ବିଶ୍ବାସ ବଢ଼ିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କର୍କଟ: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ ବୁଝାମଣା ପାଇଁ ରାଜ୍ୟ ବାହାରକୁ ଯିବେ। ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ସିଂହ: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ଯାନ କିଣିବା ଲାଗି ଦିନଟି ଶୁଭ।

କନ୍ୟା: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ତୁଳା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଘରକୁ ଅଚ‌ାନକ କୌଣସି ବନ୍ଧୁ ଆସିପାରନ୍ତି।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ରହିବ। ପାଖଲୋକ ଆପଣଙ୍କ ଖୁସିକୁ ଦି’ଗୁଣା କରିବେ। ଭଲ କଂପାନିରେ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ଜୀବନ ଭଲ ରହିବ।

 

ଧନୁ: ଅଫିସରେ ଅଧିକ ସମୟ କାମ କରନ୍ତୁ, ବାକି କାମ ପୂରା ହେବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବ। ଖର୍ଚ୍ଚ ବଢ଼ିପାରେ। ଶିକ୍ଷାର୍ଥୀ ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ।

 

ମକର: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବନ୍ଧୁ ସହ ବୁଲି ଯିବାର ଯୋଜନା କରିପାରନ୍ତି।

 

କୁମ୍ଭ: ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ସୁଯୋଗ ମିଳିବ।

ମୀନ: ବୟୋଜ୍ୟେଷ୍ଠଙ୍କ ସେବା କଲେ ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବାର ଯୋଜନା କରିବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସମ୍ବନ୍ଧିତ ଖବର