ଜାଣନ୍ତୁ ଆଜିର ରାଶିଫଳ

ମେଷ: କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ସୁଯୋଗ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାମାଜିକ କାର୍ଯ୍ୟରେ ସାମିଲ ହେବେ।

ବୃଷ: ଜୀବନରେ ପରିବର୍ତ୍ତନ ଆସିପାରେ। ନୂଆ ଲୋକଙ୍କ ସହିତ ସାବଧାନତାର ସହ ଚଳନ୍ତୁ। ଅନ୍ୟ ସହରରେ ବ୍ୟବସାୟ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।

ମିଥୁନ: ଜୀବନର କୌଣସି କ୍ଷେତ୍ରରେ ସୁଧାର ଆସିବ। ମାତା-ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଜୀବନସାଥୀଙ୍କ ଠାରୁ ପ୍ରେମ-ସୁହାଗ ପାଇବେ।

କର୍କଟ: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ସି˚ହ: ନିଜ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। କ୍ୟାରିଅରରେ ଆଗେଇବା ଲାଗି ନୂଆ ରାସ୍ତା ଖୋଲିବ। ବେପାରୀଙ୍କୁ ଧନଲାଭର ସୁଯୋଗ।

କନ୍ୟା: ଉତ୍ସାହିତ ରହିବେ। ବିନା ବାଧାବିଘ୍ନରେ ସବୁ କାର୍ଯ୍ୟ ଶେଷ ହେବ। ଆର୍ଥିକ ସ୍ଥିତିରେ ମଜଭୁତ। ପ୍ରେମରେ ସଫଳତା।

ତୁଳା: ଆଜି ଭାଗ୍ୟ ଆପଣଙ୍କ ସାଥିରେ ରହିବ। ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। ମହିଳାମାନଙ୍କୁ ନିଜ ପରିଶ୍ରମର ଫଳ ମିଳିବ। ଛାତ୍ରଙ୍କ ପାଇଁ ଦିନଟି ଭଲ।

ବିଛା: ମନ ଖୁସିରେ ଦିନଟି କଟିବ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ। ଆଇନ୍‌ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ବ୍ୟାବସାୟିକ ପରିସର ଓ ଲାଭ ବଢ଼ିବ। ବନ୍ଧୁଙ୍କ ସହିତ ଅଧିକ ସମୟ କଥାବାର୍ତ୍ତା ହେବେ।

ମକର: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ମୀନ: ପୂଜାପାଠରେ ସମୟ ବିତିବ। ମନରେ ସକରାତ୍ମକ ଭାବନା ଆସିବ। କମ୍‌ ପରିଶ୍ରମରେ ଅଧିକ ଧନଲାଭର ସୁ‌ଯୋଗ। ଘରକୁ ଅତିଥି ଆସିପାରନ୍ତି।

ସମ୍ବନ୍ଧିତ ଖବର