ମେଷ: ମନ ଆଧ୍ୟାତ୍ମିକ ବିଚାରରେ ମଗ୍ନ ରହିବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବନ୍ଧୁ ବଧାଇ ଦେବା ପାଇଁ ଘରକୁ ଆସିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବୃଷ: ସାରା ଦିନ କାମରେ ବ୍ୟସ୍ତ ରହିବେ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ଭାଗୀଦାରି କାରବାରରେ ଲାଭ ପାଇବେ। ପ୍ରେମୀମାନେ ମନର କଥା ସାଥୀଙ୍କୁ କହିବେ।
ମିଥୁନ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଲାଭ ହେବ। ଡାକ୍ତରୀ ଛାତ୍ର ବଡ଼ ଡାକ୍ତରଙ୍କ ସହ କାମ କରିବେ।
କର୍କଟ: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।
ସିଂହ: ଜୀବନସାଥୀ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ରାଜନେତାମାନଙ୍କୁ ଲାଭ ମିଳିବ। ପୂର୍ବ କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ।
କନ୍ୟା: ଜରୁରୀ କାମ ବ୍ୟବସ୍ଥିତ କରିବାକୁ ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଜୀବନସାଥୀଙ୍କର ଆଦର ପାଇବେ। ଶିକ୍ଷାର୍ଥୀଙ୍କର ମନ ପଢ଼ାରେ ଲାଗି ରହିବ।
ତୁଳା: କାରବାର ବୃଦ୍ଧିର ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ଘରକୁ ନୂଆ ବନ୍ଧୁ ଆସିବେ। କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି।
ବିଛା: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଶାନ୍ତି ଓ ଧୈର୍ଯ୍ୟ ଧରି କାମ କରନ୍ତୁ। ଦାୟିତ୍ବ ସମ୍ପର୍କରେ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ପ୍ରେମରେ ସଫଳତା ପାଇବେ।
ଧନୁ: ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ। ବୈବାହିକ ଜୀବନ ସୁଖକର ହେବ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ। ନୂଆ ଯାନ କିଣିବା ଲାଗି ଆଗ୍ରହ ବଢ଼ିବ।
ମକର: ଆପଣଙ୍କର ନୂଆ ଶକ୍ତିକୁ ପ୍ରୟୋଗ କରନ୍ତୁ। ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
କୁମ୍ଭ: ପୂର୍ବରୁ ପ୍ରୟାସ କରି ଆସୁଥିବା କାମରେ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ରାଜନୀତିରେ ଆଶା ପୂରଣ ହେବ। ପ୍ରେମ ଜୀବନ ମଧୁର ହେବ।
ମୀନ: ପୂର୍ବ କଥା ପସୋରି ନୂଆ କାମ କରନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଋଣ ପରିଶୋଧ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।