ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ବାତାବରଣ ଆନନ୍ଦମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ଅବସର ପାଇବେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।

ବୃଷ: ଅସୁବିଧାଜନକ ପରିସ୍ଥିତି ଠାରୁ ଦୂରରେ ରହନ୍ତୁ। ଆପଣଙ୍କର ଭାବନା ସକାରାତ୍ମକ ରଖନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ: ଆପଣଙ୍କୁ ସବୁ କାମରେ ସଫଳତା ମିଳିବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇ ପାରନ୍ତି। ଜୀବନସାଥୀଙ୍କ ପାଖରୁ କିଛି ଭଲ ଖବର ଶୁଣିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

କର୍କଟ: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ସୂଚନା ପ୍ରସାରଣ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଂସ୍ଥାର କାମ କରିବାର ମଉକା ମିଳିବ। କ୍ୟାରିଅରକୁ ନେଇ ଚିନ୍ତିତ ରହିବେ।

ସିଂହ: ଯେଉଁ ଅବସର ପାଇଁ ଦୀର୍ଘଦିନ ଧରି ଅପେକ୍ଷାରେ ଥିଲେ ତାହା କୌଣସି ସଂପର୍କୀୟଙ୍କ ସାହାଯ୍ୟରେ ମିଳିପାରେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହେବେ। ପ୍ରେମୀଯୁଗଳ ରମଣୀୟ ସ୍ଥାନକୁ ବୁଲି ଯିବେ।

କନ୍ୟା: ବିଶେଷ କାମରେ ନିଶ୍ଚିତ ସଫଳତା ପାଇବେ। କଳାକାରଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିବ।

ତୁଳା: ବେପାର ବଢ଼ାନ୍ତୁ ଧନଲାଭ ହେବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଟଙ୍କା ପାଇସାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ପ୍ରେମ ଜୀବନ ଭଲ ରହିବ।

ବିଛା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଅନ୍‌ଲାଇନ୍‌ରେ ପୋଷାକ ଅର୍ଡର କରିପାରନ୍ତି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଧନୁ: କାର୍ଯ୍ୟ ନେଇ ଯୋଜନା ପ୍ରସ୍ତୁତ କରିବାର ସଫଳ ହେବେ। ପରିଶ୍ରମର ସଂପୂର୍ଣ୍ଣ ଲାଭ ପାଇବେ। ଭଲ କଂପାନିରୁ ସାକ୍ଷାତ୍‌କାର ପାଇଁ ଫୋନ ଆସିପାରେ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।

ମକର: ମନ ଟିକେ ଅସ୍ଥିର ରହିବ। କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ। ଅଫିସରେ ଆପଣଙ୍କର କାମ ବଢ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ଆପଣ ଆଜି ଭାବନା ରାଇଜରେ ବୁଡ଼ି ରହିବେ। ଆଇଟି କ୍ଷେତ୍ରରେ ଥିବା ଲୋକଙ୍କୁ ଦପ୍ତରରେ ବାଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ସଫଳତା ପଥରେ ଅନ୍ୟକୁ ଆସିବାକୁ ଦିଅନ୍ତୁ ନାହିଁ।

ମୀନ: ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯାଇପାରନ୍ତି।

ସମ୍ବନ୍ଧିତ ଖବର