ମେଷ: ବିଶେଷ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପାରିବାରିକ ବନ୍ଧୁ ଠାରୁ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବୃଷ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଧନଲାଭର ନୂଆ ମଉକା ପାଇବେ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ।
ମିଥୁନ: ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।
କର୍କଟ: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁର ସାହାଯ୍ୟ ନେବେ। ଅଫିସରେ ସାବଧାନ ରହନ୍ତୁ।
ସିଂହ: ଅନୁଭବୀ ଲୋକଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଜୀବନସାଥୀ ଆପଣଙ୍କୁ ନେଇ ଖୁସି ରହିବେ।
ଅନ୍ୟର ମାମଲାରେ ମୁଣ୍ଡ ପୂରାନ୍ତୁ ନାହିଁ।
କନ୍ୟା: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ସରକାରୀ ଚାକିରିଆଙ୍କର କାମର ବୋଝ ଅଧିକ ରହିବ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ତୁଳା: ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ। ସମାଜରେ ଆପଣଙ୍କର ନାମ ହେବ।
ବିଛା: ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଭ୍ରମଣ ସୁଖଦ ରହିବ। ପ୍ରେମିକ ପ୍ରେମିକା ନିଜ ସମ୍ପର୍କ କଥା ଘର ଲୋକଙ୍କୁ ଜଣାଇବେ।
ଧନୁ: ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ନୂଆ ଶକ୍ତିର ସହ କାମ କଲେ ଅଧୁରା କାମ ପୂରା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।
ମକର: ପୂଜାପାଠରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବଡ଼ ସଫଳତା ପାଇବେ। ବେପାର ପାଇଁ ଦିନଟି ଲାଭପ୍ରଦ ରହିବ।
କୁମ୍ଭ: କୌଣସି ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ଅଧିକାରୀମାନଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ।