ମେଷ: ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ଜମି ବ୍ୟବସାୟୀଙ୍କୁ ଲାଭ ମିଳିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।
ବୃଷ: ସମ୍ପର୍କରେ ନୂଆ ମୋଡ଼ ନେବ। ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରନ୍ତୁ। ରାଜନେତା ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ।
ମିଥୁନ: ଆପଣ କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ବନ୍ଧୁଙ୍କ ମତ ନେବେ। ଆପଣଙ୍କ କଥାରେ ପରିବାର ଲୋକ ସହମତ ହେବେ। ବେପାରରେ ଉନ୍ନତିର ଯୋଗ ଅଛି।
କର୍କଟ: ଆଧ୍ୟାତ୍ମିକ ଚିନ୍ତାରେ ସମୟ ବିତିବ। ମାମୁ ଘରୁ ଭଲ ଖବର ପାଇବେ। କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।
ସିଂହ: ଧର୍ମ ଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ। ପରିବାର ଲୋକଙ୍କର ସହଯୋଗ ପାଇବେ। କୌଣସି ଉତ୍ସରୁ ଅଚାନକ ଧନଲାଭ ହେବ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ।
କନ୍ୟା: ପ୍ରଭୁଙ୍କ ଉପରେ ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଦିଗରେ ସାହାଯ୍ୟ ପାଇବେ। ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କ ପ୍ରଶଂସା କରିବେ।
ତୁଳା: ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ସ୍ଥିର କରିବେ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।
ବିଛା: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଚାକିରିଆଙ୍କୁ ଭଲ ଖବର ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ଧନୁ: କ୍ୟାରିୟରରେ ସଫଳତା ମିଳିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ସହକର୍ମୀ ଫୋନରେ ଆପଣଙ୍କ ମତ ନେବେ। ନୂଆ ଦୁଇଚକିଆ ଯାନ କିଣିବା ଲାଗି ଦିନଟି ଶୁଭ।
ମକର: ଆର୍ଥିକ ଲାଭର ଅବସର ପାଇବେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। କାମରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଖୁବ୍ ରୋଚକ ଓ ସୁଖମୟ ହେବ।
କୁମ୍ଭ: ଛୋଟ କଥାରେ ରାଗିଲେ କିଛି ଲୋକ ବିରୋଧ କରିବେ। ନିବେଶ ପାଇଁ ନୂଆ ପରାମର୍ଶ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ପାଇଁ ଘର ଲୋକଙ୍କୁ କହିବେ।
ମୀନ: ଦାମ୍ପତ୍ୟ ଜୀବନ ସୁଦୃଢ଼ ହେବ। ବ୍ୟବସାୟରେ ଉନ୍ନତି ହେବ। ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।