ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ। କାହାରିକୁ କିଛି ଦେବାର ଯୋଜନା କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ବୃଷ: କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଜୀବନସାଥୀଙ୍କ ସହଯୋଗରେ ସବୁ କାମ ପୂରା ହେବ। ବ୍ୟବସାୟରେ ଲାଭ ମିଳିବ।

ମିଥୁନ: ଧାର୍ମିକ କାର୍ଯ୍ୟ କରନ୍ତୁ, ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ: ଆପଣ ସୁସ୍ଥ ଅନୁଭବ କରିବେ। ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ଉନ୍ନତିର ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ସି˚ହ: ମାନସିକ ଶାନ୍ତି ବଜାୟ ରହିବ। ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ ରହିବ।

କନ୍ୟା: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ।

ତୁଳା: କାମରେ ପରିଶ୍ରମ ସୁଫଳ ଆଣିବ। ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବେ। ଅଫିସରେ କୌଣସି କାମକୁ ନେଇ ମାନସମନ୍ଥନ କରିପାରନ୍ତି।

ବିଛା: ଜରୁରୀ ବିଷୟ ନେଇ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଆପଣଙ୍କ ପାରିବାରିକ ଜୀବନ ଭଲ ରହିବ।

ଧନୁ: ଆପଣଙ୍କ ପାଇଁ ସଫଳତାର ଦିନଟିଏ। ମନ ଚାହୁଁଥିବା ଚାକିରି ମିଳିବା ହେତୁ ଖୁସି ହେବେ। ପରିବାରିକ ସମସ୍ୟାର ସମାଧାନ ହେବ।

ମକର: ଉପାର୍ଜନ ପାଇଁ ନୂଆ ଯୋଜନା କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ଅଫିସ କାମ ପୂରା ହେବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।

କୁମ୍ଭ: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ।

ମୀନ: ଆର୍ଥିକ ମାମଲା ପାଇଁ ଦିନଟି ଭଲ। ବ୍ୟବସାୟ କ୍ଷେତ୍ରରେ ଧନଲାଭର ସୁଯୋଗ ରହିଛି। ଅଫିସରେ ଉଚ୍ଚପଦସ୍ତଙ୍କ ସହଯୋଗ ପାଇବେ।

ସମ୍ବନ୍ଧିତ ଖବର