publive-imageମେଷ: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହିପାରିବେ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ। ସୁଖ ସମୃଦ୍ଧି ବୃଦ୍ଧି ହେବ। ‌

Advertisment

publive-imageବୃଷ: ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରି ପାଇଁ ଆପଣଙ୍କୁ ଭଲ ଖବର ମିଳିପାରେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ପ୍ରେମ ଜୀବନ ଭଲ ରହିବ। ‌

publive-imageମିଥୁନ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କାମର ଯୋଜନା କରିବେ। ବ୍ୟବସାୟ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ‌

publive-image

କର୍କଟ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ଆସିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ। ଜୀବନସାଥୀ ସହ ବହୁତ ଭଲ ତାଳମେଳ ରହିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ‌

publive-imageସିଂହ: ଆପଣଙ୍କ ମନ ଅଧୁରା କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କୌଣସି ବିଶେଷ ଖବର ପାଇବେ। କ୍ରିକେଟ ଖେଳାଳୀଙ୍କ ଲାଗି ଦିନଟି ଭଲ। ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ‌

publive-imageକନ୍ୟା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କୌଣସି ମହତ୍ବପୂର୍ଣ୍ଣ କାମ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ‌

publive-imageତୁଳା: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନରେ ଲାଗି ରହିଥିବା ଚିନ୍ତା ଦୂର ହେବ। ବେପାରରେ ଧନଲାଭର ସୁଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ।

publive-imageବିଛା: କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢ଼ିବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ।

publive-image
ଧନୁ: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ବ୍ୟବସାୟକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ଦାମ୍ପତ୍ୟ ଜୀବନେ ମଧୁରତା ବଜାୟ ରହିବ।

publive-image

ମକର: ମନରେ ଦବି ରହିଥିବା କୌଣସି ନୂଆ କଥା ସମ୍ମୁଖକୁ ଆଣନ୍ତୁ। ଜୀବନରେ ଲାଭର ଅବସର ପାଇବେ। ଶିକ୍ଷକଙ୍କ ସାହାଯ୍ୟରେ ବିଦ୍ୟାର୍ଥୀଙ୍କର କୌଣସି ପ୍ରୋଜେକ୍ଟ ପୂରା ହେବ। ପାରିବାରିକ ଜୀବନରେ ଖୁସି ଆସିବ।

publive-image

କୁମ୍ଭ: ବିଶେଷ ବିଷୟରେ ପରିବାର ଲୋକଙ୍କ ସହ କଥାବର୍ତ୍ତା କରିବେ। ଚାକିରି ବୃତ୍ତି ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

publive-image

ମୀନ: ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। ସୁଖ ସୁବିଧା ବୃଦ୍ଧି ହେବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।