ଜାଣନ୍ତୁ ଆଜିର ରାଶିଫଳ

ମେଷ: ବରିଷ୍ଠଙ୍କ ସହିତ ପୁରୁଣା ମାମଲା ନେଇ ଆଲୋଚନା କରିବେ। ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରା ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ। ଭୌତିକ ସୁଖ ବୃଦ୍ଧି ହୋଇପାରେ। ବ୍ୟବସାୟର ପରିଧି ବଢ଼ିବ।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ସମ୍ବଳକୁ ଭଲ କାମରେ ଲଗାଇବେ। ଆଜି ଆପଣ ସୁସ୍ଥ ସବଳ ଅନୁଭବ କରିବେ।

କର୍କଟ: ପୁରୁଣା କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

ସି˚ହ: ଆପଣଙ୍କ ଲାଗି ଶାନ୍ତିର ଦିନଟିଏ। ଉତ୍ତମ ବ୍ୟବହାର ଦ୍ବାରା ଲୋକଙ୍କ ମନ ଜିଣି ନେବେ। ଛାତ୍ରମାନଙ୍କର ଉଚ୍ଚ ଆତ୍ମବିଶ୍ବାସ କାମରେ ଆସିବ।

କନ୍ୟା: ଜରୁରୀ କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ହାସଲ ହେବ।

ତୁଳା: ପରିଶ୍ରମର ସୁଫଳ ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ଆଲୋଚନା ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ବିଛା: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ। ବ୍ୟବସାୟ ସ˚ପର୍କିତ ଭଲ ଖବର ପାଇବେ।

ଧନୁ: ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚୁକ୍ତିପତ୍ରରେ ଆପଣଙ୍କୁ ଲାଭ ହେବ। ସୃଜନଶୀଳତା ବଢ଼ାଇବା ପାଇଁ ଅଭ୍ୟାସ କରିବେ।

ମକର: ଜୀବନରେ ନୂଆ ପରିବର୍ତ୍ତନ ହେବ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାର୍ଯ୍ୟ କରିବେ।

କୁମ୍ଭ: ସେବାକାର୍ଯ୍ୟ ବଳରେ ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ସକରାତ୍ମକ ଭାବନା ବଜାୟ ରଖନ୍ତୁ। କୌଣସି କଥାକୁ ନେଇ ଅଧିକ ଜିଦ୍ କରନ୍ତୁ ନାହିଁ। ନୂଆ କାମ କରିବା ପୂର୍ବରୁ ମାତା ପିତାଙ୍କ ଅନୁମତି ନିଅନ୍ତୁ।

ସମ୍ବନ୍ଧିତ ଖବର