ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ଦିଗରେ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ।

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଅତୁଟ ରହିବ। ସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।

 

ମିଥୁନ: ଆପଣ ଆଜି ଖୁସି ରହିବେ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟାବସାୟିକ କାମରେ ପାଖ ସହରକୁ ଯିବେ।

 

କର୍କଟ: କାର୍ୟ୍ୟକ୍ଷେତ୍ରରେ ଭଲ ଶୈଳୀରେ କାମ କରିବେ। ରାଜନୀତିରେ ସଫଳତା ହାସଲ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଖୁସି ଭରି ରହିବ।

 

ସି˚ହ: ବଜାରକୁ ଯିବା ବାଟରେ ବନ୍ଧୁଙ୍କ ସହିତ ଭେଟ ହେବ। ଉନ୍ନତିର ନୂଆ ରାସ୍ତା ଖୋଲିପାରେ। ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ପାଇବେ।

 

କନ୍ୟା: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଜୀବୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।

 

ତୁଳା: ଅଧିକ ସମୟ ଆତ୍ମଚିନ୍ତନରେ ବିତିବ। କୌଣସି କାମ ପାଇଁ ସରକାରୀ ଅଫିସକୁ ଯିବେ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

 

ବିଛା: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ସପକ୍ଷରେ ଅଛି। ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ।

 

ଧନୁ: ଆପଣଙ୍କୁ ଲାଭର ସୁଯୋଗ ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ।

 

ମକର: ଭଲ ପ୍ରଦର୍ଶନ ଦ୍ବାରା କ୍ୟାରିୟରରେ ଉନ୍ନତି ହେବ। ବେପାରୀଙ୍କୁ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ରହିବ।

 

କୁମ୍ଭ: ନୂଆ କାର୍ୟ୍ୟର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

 

ମୀନ: ଆପଣଙ୍କ ସ୍ବଭାବକୁ ପରିବାରରେ ପ୍ରଶ˚ସା ମିଳିବ। ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ସତେଜତା ଅନୁଭବ କରିବେ।

ସମ୍ବନ୍ଧିତ ଖବର