publive-image

Advertisment

ମେଷ: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତାର ମାର୍ଗ ଖୋଲିବ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

publive-image

ବୃଷ: ଆପଣଙ୍କର ସଚ୍ଚୋଟପଣିଆ ସବୁଠି ଆଲୋଚିତ ହେବ। ଜୀବନରେ ଆଗକୁ ବଢ଼ିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

publive-image

ମିଥୁନ: ନିଜର କାମ ପୂରା କରିବାରେ ସଫଳ ହେବେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। ଆପଣଙ୍କର ଆର୍ଥିକ ପକ୍ଷ ବହୁତ ମଜଭୁତ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-image

କର୍କଟ: ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନ ମିଳିବ। ଘରେ ଛୋଟିଆ ସମାରୋହର ଆୟୋଜନ ହୋଇପାରେ। ପ୍ରେମ ବ୍ୟାପାରରେ ଗମ୍ଭୀରତା ଓ ଗୋପନୀୟତା ରଖନ୍ତୁ।

publive-image

ସିଂହ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ। ପାରିବାରିକ ଜୀବନ ସୁଖକର ହେବ।

publive-image

କନ୍ୟା: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

publive-image

ତୁଳା: ସକାରାତ୍ମକ ମନୋଭାବ ଆପଣଙ୍କୁ ବହୁତ ଆଗକୁ ନେଇଯିବ। ଧର୍ମକାର୍ଯ୍ୟ କରିବେ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ କାମରେ ଆସିପାରେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

publive-image

ବିଛା: ଚାକିରି ବ୍ୟବସାୟର କାମ ନୂଆ କୌଶଳରେ ସମାପ୍ତ କରିପାରନ୍ତି। ଆପଣଙ୍କ ଉଦାର ଭାବ ଲୋକମାନଙ୍କୁ ପ୍ରଭାବିତ କରିବ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।

publive-image

ଧନୁ: ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ସୁଖରେ ପୂର୍ଣ୍ଣ ରହିବ।

publive-image

ମକର: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ କାଟିବେ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବ୍ୟବସାୟରେ ସବୁ ଭଲ ହେବ।
publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବନ୍ଧୁ ସହିତ ନାଟକ ଦେଖିଯିବା ପାଇଁ ଯୋଜନା କରିବେ।

publive-imageମୀନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତୁ, ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।