ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

 

ବୃଷ: ନୂଆ ଜମି କିଣିବାକୁ ଚାହୁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ଆପଣଙ୍କ ସ୍ବଭାବକୁ ଟିକେ କୋମଳ କରନ୍ତୁ। ମନର କଥା ପାଖଲୋକଙ୍କୁ କୁହନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇବେ। ‌

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେଇପାରନ୍ତି। ବେପାରରେ ଅଚାନକ ଧନଲାଭର ଯୋଗ ରହିଛି।

ସିଂହ: ପରିବାରର କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

କନ୍ୟା: ନୂଆ କାମରେ ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

 

ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଯେକୌଣସି ଆହ୍ବାନକୁ ସହଜରେ ସାମ୍ନା କରିପାରିବେ। ଆପଣ ପୂର୍ବରୁ କରିଥିବା ତ୍ରୁଟିକୁ ହୃଦୟଙ୍ଗମ କରିବେ।

ବିଛା: ଯେଉଁ କାମ କରିବାକୁ ଚାହିବେ ତାହା ସହଜରେ ସଂପୂର୍ଣ୍ଣ କରିପାରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଇଂଜିନିୟର ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

 

ଧନୁ: ଆପଣଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମୟ କାଟିବା ଲାଗି ବାହାରକୁ ବୁଲି ଯାଇପାରନ୍ତି। ନୂଆ ଲୁଗା କିଣିବେ।

 

ମକର: ସ୍ଥଗିତ କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ।

 

କୁମ୍ଭ: କୌଣସି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢ଼ିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତର ଯୋଗ ରହିଛି। ବ୍ୟବସାୟରେ ପ୍ରତିଯୋଗୀ ବେପାରୀଙ୍କ ତ୍ରୁଟି ପାଇଁ ଆପଣଙ୍କୁ ଲାଭ ହେବ।

ସମ୍ବନ୍ଧିତ ଖବର