ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥା କହିବା ବେଳେ ସତର୍କ ରହନ୍ତୁ। ଅଫିସ କାମରେ ଆପଣଙ୍କୁ କୌଣସି ଆହ୍ବାନ ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ।

ବୃଷ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ରହିବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଘରକୁ କୌଣସି ଅଚାନକ ମିତ୍ର ଆସି ପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମହାଦେବ।

ମିଥୁନ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରଚନାତ୍ମକ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ଫିଲ୍ମ ଦେଖନ୍ତୁ ସନ୍ତୋଷ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କାମରେ ବାଧା ଆଜି ସମାପ୍ତ ହୋଇଯିବ। ରାଜନୀତିରେ ଫାଇଦା ହେବ। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ସୁଖ ପ୍ରାପ୍ତି ହେବ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କୌଣସି ଖାସ୍‌ କାମରେ ଅନୁଭବୀଙ୍କ ସାହାଯ୍ୟ ମିଳିବ। ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ମାହୋଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅଫିସରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ। ଆପଣଙ୍କୁ ଅଚାନକ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ତାରିଣୀ।

ତୁଳା: ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସାମନାରେ ନତମସ୍ତକ ହୋଇ ରହିବେ। କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ହେବ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ବିଛା: ଆପଣ ଖୁସ୍‌ ମିଜାଜର ରହିବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଗାୟତ୍ରୀ।

ଧନୁ: ଆପଣ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ପାରିବାରିକ ମାମଲାରେ ଚଳ ଚଞ୍ଚଳ ବଢ଼ିପାରେ। ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ କମ୍‌ ମିଳିବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିିଁ। ବେକାରଙ୍କୁ ରୋଜଗାର ମିଳିବ। ଭାଗୀଦାରି କାରବାରରେ ଭଲ ପରିଣାମ ମିଳିବ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଈଶ୍ବରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କମିସନି କାରବାରରେ ଯଥେଷ୍ଟ ଲାଭ ମିଳିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ମୀନ: ଆପଣଙ୍କର ଦିନଟି ଧାର୍ମିକ ଗିତିବିଧିରେ କଟିବ। ନୂଆ ଲୋକଙ୍କ ଠାରୁ ପଇସା କମେଇବା ଲାଗି ନୂଆ ବିଚାର ପାଇବେ। ଆପଣଙ୍କର ବୈବାହିକ ଜୀବନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର