ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନ ସକାରାତ୍ମକ କାମରେ ଲଗାନ୍ତୁ, ଚିନ୍ତାରୁ ମୁକ୍ତି ମିଳିବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ବୃଷ: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ବ୍ୟାବସାୟିକ କାମରେ ବ୍ୟସ୍ତ ରହିବେ। ଘରେ ଶାନ୍ତି ବଜାୟ ରହିବ।

ମିଥୁନ: ଆପଣଙ୍କର ଇଚ୍ଛା ପୂରଣ ହେବ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଜୀବନସାଥୀଙ୍କ ସହ କୌଣସି ବିଷୟରେ ଆଲୋଚନା କରିବେ।

କର୍କଟ: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନବୀନ ଉତ୍ସାହ ସ˚ଚାର ହେବ। ବଡ଼ କ˚ପାନିରୁ ଚାକିରିର ସ˚ବାଦ ଆସିବ।

ସି˚ହ: ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କନ୍ୟା: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଆପଣଙ୍କ ପ୍ରତି ଲୋକଙ୍କର ବିଶ୍ବାସ ଅତୁଟ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

ତୁଳା: ଲୋକେ ସହଯୋଗର ହାତ ବଢ଼ାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ପ୍ରିୟତମଙ୍କ ସହ ଗପସପରେ ସମୟ ବିତିବ।

ବିଛା: ଆପଣଙ୍କୁ ଆଖପାଖର ଲୋକଙ୍କ ସହାୟତା ମିଳିପାରେ। ନିଜ କାମରେ ପୂରା ଆନନ୍ଦ ନେବେ। ଅଚାନକ ଧନଲାଭ ହେବ।

ଧନୁ: ଭାବିଥିବା ସବୁ କାମ ପୂରା ହୋଇଯିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ।

ମକର: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। କୌଣସି ନିର୍ଦ୍ଦିଷ୍ଟ କାମ ପାଇଁ ଅଧିକ ସମୟ ଲାଗିବ। ପ୍ରେମ ପ୍ରସଙ୍ଗରେ ଖୁବ୍ ଆନନ୍ଦ ମିଳିବ।

କୁମ୍ଭ: ଖାସ୍ କାମ ଲାଗି ମନରେ ନୂଆ ବିଚାର ଆସିବ। ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ କାଟିବେ।

ମୀନ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଉଚିତ ପରିଶ୍ରମରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖଦ ହେବ।

ସମ୍ବନ୍ଧିତ ଖବର