ଜାଣନ୍ତୁ ଆଜିର ରାଶିଫଳ

ମେଷ: ନୂଆ କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ବୟୋଜ୍ୟେଷ୍ଠଙ୍କ ସହିତ ବିଭିନ୍ନ ଆଲୋଚନା ଦ୍ବାରା ସମ୍ବନ୍ଧ ଘନିଷ୍ଠ ହେବ। ଚାକିରିରେ ଦରମା ବୃଦ୍ଧିର ସୂଚନା ମିଳିପାରେ।

 

ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଦିନଟି ଭଲରେ କଟିବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

 

ମିଥୁନ: ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। କାର୍ଯ୍ୟରେ ସଫଳତା ବଜାୟ ରଖିବେ। ଆର୍ଥିକ ସ୍ଥିତି ମଜଭୁତ ହେବ।

 

କର୍କଟ: ଆପଣଙ୍କ ପ୍ରତି ଲୋକମାନଙ୍କ ବିଶ୍ବାସ ଅକ୍ଷୁଣ୍ଣ ରହିବ। ବ୍ୟବସାୟରେ ଲାଭ ପାଇବେ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଛାତ୍ରଛାତ୍ରୀମାନେ ଖୁସି ମିଜାଜର ରହିବେ।

 

ସି˚ହ: ନୂଆ କାମ ଆରମ୍ଭ ଏବ˚ ସମସ୍ୟାର ସମାଧାନ ପାଇଁ ଭାଗ୍ୟର ସହଯୋଗ ପାଇବେ। ସୁସମ୍ବାଦ ମିଳିପାରେ। ବୈବାହିକ ଜୀବନ ଭଲ ରହିବ।

 

 

କନ୍ୟା: ସମ୍ମାନିତ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବାହନ କିଣିବା ଲାଗି ମନ ବଳିବ।

 

ତୁଳା: କର୍ମ ଜୀବନରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ଧନଲାଭର ସୁଯୋଗ ଆସିବ। ଘରକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

 

 

ବିଛା: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହ ବଢ଼ାଇବ। ଲାଗି ରହିଥିବା ବିବାଦର ସାମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

 

ଧନୁ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। କାରବାରରେ ସ୍ଥଗିତ କାମ ପୂରା ହେବ। ଦୂର ସମ୍ପର୍କୀୟଙ୍କ ସହ ସୁଖଦ ବାର୍ତ୍ତାଳାପ କରିବେ।

 

ମକର: ଶକ୍ତି ଓ ପ୍ରେରଣା ମନ ଭରି ରହିବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ଭରସା ହାସଲ କରିବେ।

 

 

କୁମ୍ଭ: କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ତାଙ୍କ ଜରିଆରେ ଭବିଷ୍ୟତରେ ଲାଭ ପାଇବେ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

 

 

ମୀନ: ନୂଆ ଲୋକଙ୍କ ସହ ମଧୁର ଆଳାପ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର