ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। କୌଣସି କାମରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ମାନସିକ ଶାନ୍ତି ଅନୁଭବ କରିବେ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ପରିବାର ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ନୂଆ ସ୍ରୋତରୁ ଧନଲାଭ ହେବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ସମୟ କଟିବ। ନୂଆ କାର୍ଯ୍ୟ ଉପରେ ବିଚାର ବିମର୍ଶ କରିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କୁ ନିଜ କାମରେ ପ୍ରଶ˚ସା ଓ ପୁରସ୍କାର ମିଳିବ। ଭ୍ରମଣ ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଧନଲାଭର ନୂଆ ଅବସର ଆସିବ। ଚାକିରି ତଲାସରେ ଥିବା ବ୍ୟକ୍ତିବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ। ପ୍ରେମ ବ୍ୟାପାରରେ ସଫଳତା ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମହାଦେବ।

ବିଛା: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ଆପଣଙ୍କ ଜୀବନ ଲାଗି କିଛି ଖାସ୍‌ ସୁଯୋଗ ମିଳିପାରେ। ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଗୁପ୍ତେଶ୍ବର।

ଧନୁ: କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। କ˚ପାନି ତରଫରୁ ବିଦେଶ ଯାଇପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମକର: ଆପଣଙ୍କ ଆତ୍ମବିଶ୍ବାସ ଉଚ୍ଚା ରହିବ। ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲାର ସମାଧାନ ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଦିନଟି ଆନନ୍ଦମୟ ରହିବ। କୌଣସି ସ˚ପର୍କୀୟଙ୍କ ସହିତ ଆଲୋଚନା ମାଧ୍ୟମରେ ଆପଣଙ୍କୁ କାମ ମିଳିପାରେ। ବ୍ୟବସାୟରେ ଭଲ ଫାଇଦା ହେବ। ପ୍ରିୟ ବନ୍ଧୁଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

ମୀନ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଅଫିସରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ। ନୂଆ ଦାୟିତ୍ବ ଗ୍ରହଣ କରିବେ। ଅବିବାହିତଙ୍କୁ ମନ ଚାହୁଁଥିବା ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର