ମେଷ: ଆପଣଙ୍କ ପରିଶ୍ରମର ସୁବର୍ଣ୍ଣ ଫଳ ମିଳିବ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ପରିବେଶ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଆୟ ପାଇଁ ନୂତନ ଉତ୍ସର ସନ୍ଧାନ ମିଳିବ। ରାଜନୀତଜ୍ଞଙ୍କ ଲାଗି ଦିନଟି ଭଲ।
ମିଥୁନ: କଳା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ନୂଆ ଯୋଜନା କରିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।
ସି˚ହ: ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଯଥେଷ୍ଟ ସଫଳତା ପାଇବେ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା ମିଳିପାରେ।
କନ୍ୟା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ହେତୁ ଭାବ ବିନିମୟ ସୁଗମ ହେବ। ବ୍ୟବସାୟ ବିସ୍ତାରର ଯୋଗ ରହିଛି।
ତୁଳା: ପ୍ରତିଟି ପରିସ୍ଥିତି ଲାଗି ନିଜକୁ ପ୍ରସ୍ତୁତ ରଖିବେ। ଖୁସି ଖବର ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ବିଛା: ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଚାକିରି ବୃତ୍ତିରେ ଉନ୍ନତି ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
ଧନୁ: ଅଫିସ ଦାୟିତ୍ବ ସମ୍ପାଦନ ନେଇ ସନ୍ତୁଷ୍ଟ ରହିବେ। ସ୍ଥଗିତ କାମ ସ˚ପୂର୍ଣ୍ଣ ହୋଇପାରେ। ଘରକୁ ଅତିଥି ଆସିବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
ମକର: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।
କୁମ୍ଭ: ମଧୁର ବ୍ୟବହାରରେ ବଳରେ ସବୁ କାମ ପୂରା କରିନେବେ। ଅଭିନୟ କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଚାକିରିଜୀବୀଙ୍କର ପଦୋନ୍ନତିର ମାର୍ଗ ଖୋଲିବ।
ମୀନ: ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ତ୍ବରିତ ପଦକ୍ଷେପ ଲାଭପ୍ରଦ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।