ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯୋଜନା ଅନୁଯାୟୀ କାମ ଶୀଘ୍ର ପୂରା କରିନେବେ। ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହିତ ପୁରୁଣା ସ୍ମୃତି ମନେ ପକାଇବେ।

 

 

ବୃଷ: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସ˚ପର୍କିତ ଭଲ ଖବର ପାଇବେ। କାହାରିକୁ ଦେଇଥିବା ଟଙ୍କା ପଇସା ଫେରସ୍ତ ମିଳିପାରେ। ବ୍ୟବସାୟ ବଢ଼ାଇବାରେ ସଫଳ ହେବେ।

 

 

ମିଥୁନ: ଜୀବନରେ ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ଭଲ ସମୟ। ରାଜନେତାଙ୍କ ଲାଗି ଦିନଟି ଭଲ। ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

 

 

କର୍କଟ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ଘରକୁ ଅତିଥି ଆସିବେ। ଖର୍ଚ୍ଚ ନେଇ ଚିନ୍ତା ବଢ଼ିପାରେ।

 

 

ସି˚ହ: ବେପାରୀ ବର୍ଗଙ୍କର ସ୍ଥଗିତ କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

 

କନ୍ୟା: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କଳା କ୍ଷେତ୍ରରେ ଥିବା ଲୋକ ନୂଆ ଯୋଜନା କରିବେ। ଅଫିସରେ ଆପଣଙ୍କର ବିଚାର ସହିତ ସମସ୍ତେ ସହମତ ହେବେ।

 

 

ତୁଳା: ଆପଣ ଆଖପାଖର ପରିବେଶକୁ ସକାରାତ୍ମକ କରି ରଖିବେ। କିଛି କାମ ସମ୍ପାଦିତ କରିବାକୁ ଅଧିକ ଶକ୍ତି ଲାଗିପାରେ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ।

 

 

ବିଛା: ପାରିବାରିକ ସମସ୍ୟା ସମାଧାନ ଲାଗି ଦିନଟି ଭଲ। ବ୍ୟବସାୟ ବୃଦ୍ଧି ଲାଗି ଭାବିବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ।

 

ଧନୁ: ସାରା ଦିନ ସତେଜ ଅନୁଭବ କରିବେ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।

 

 

ମକର: ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ମାତା ପିତାଙ୍କ ସହଯୋଗ ପାଇବେ। ନୂଆ ଲୋକମାନଙ୍କ ସହିତ ମିଶିବେ। ଅଫିସରେ ନିଜର କାମ ମନପ୍ରାଣ ଢ଼ାଳି କରିବେ।

 

କୁମ୍ଭ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କୁ କେହି ନା କହିବେ ନାହିଁ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ପାଇଁ ଚେଷ୍ଟା କରିବେ। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ଶିକ୍ଷା ମିଳିବ।

 

ମୀନ: ଧୈର୍ଯ୍ୟର ସହ ନିଷ୍ପତ୍ତି ନିଅନ୍ତୁ, ସଫଳତାର ନୂଆ ରଙ୍ଗ ଦେଖିବେ। ସମାଜରେ ଆପଣଙ୍କୁ ଆଦର ସମ୍ମାନ ମିଳିବ। ଭୂସ˚ପତ୍ତି କିଣିବାର ଯୋଜନା କରିବେ।

ସମ୍ବନ୍ଧିତ ଖବର