ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଚାନକ ବ୍ୟବସାୟ ବୃଦ୍ଧି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟର ସମାଧାନ ହେବ।

 

 

ବୃଷ: ଖୋଦ୍‌କୁ ଶକ୍ତିବାନ ଅନୁଭବ କରିବେ। ଅନୁଭବୀ ବ୍ୟକ୍ତିଙ୍କ ମତକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ସମାଜରେ ଆପଣଙ୍କ ବଦାନ୍ୟତାକୁ ସ୍ବୀକୃତି ମିଳିବ।

 

 

ମିଥୁନ: ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଯେଉଁ କାମ ମନପ୍ରାଣ ଢ଼ାଳି କରିବେ ତହିଁରେ ଯଥେଷ୍ଟ ସଫଳତା ପାଇବେ। ପ୍ରେମ ଜୀବନ ଖୁବ୍‌ ରୋଚକ ରହିବ।

 

 

କର୍କଟ: କ୍ୟାରିୟର ସମ୍ବନ୍ଧୀୟ ନୂଆ ସୁଯୋଗ ପାଇବେ। ବନ୍ଧୁ ଓ ପାଖ ଲୋକଙ୍କ ପ୍ରତି ଦୃଢ଼ ବିଶ୍ବାସ ଜାତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

 

 

ସି˚ହ: କଠିନ ପରିଶ୍ରମ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

 

କନ୍ୟା: ପୂଜାପାଠରେ ଅଧିକ ଗୁରୁତ୍ବ ଦେବେ। ସୁସମ୍ବାଦ ପାଇବେ। ଜୀବନରେ ଉନ୍ନତି ଘଟିବା ହେତୁ ପରିବାରରେ ଖୁସି ବଢ଼ିବ। ଲେଖକଙ୍କ କୃତିକୁ ପ୍ରଶଂସା ମିଳିବ।

 

 

ତୁଳା: ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କାମ ଆରମ୍ଭ କରିବା ବେଳେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।

 

 

ବିଛା: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ପରିବାରରେ ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଦମ୍ପତିଙ୍କ ମଧ୍ୟରେ ବିଶ୍ବାସ ମଜଭୁତ ହେବ।

 

ଧନୁ: ବ୍ୟବସାୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।

 

 

ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ନୂଆ କାମରେ ସଫଳତା ପାଇବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।

 

କୁମ୍ଭ: ଭାବିଥିବା କାମ ପୂରା ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଚିନ୍ତା କରିପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ହେବ।

 

ମୀନ: ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର କାର୍ଯ୍ୟ ଶୃଙ୍ଖଳିତ ହେବ। ଟଙ୍କା ପଇସା ଦିଆନିଆ ବେଳେ ସତର୍କ ରୁହନ୍ତୁ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।

ସମ୍ବନ୍ଧିତ ଖବର