publive-imageମେଷ: କୌଣସି ରଚନାତ୍ମକ କାମରେ ମନ ଲାଗିବ। ଅଫିସରେ ଆପଣଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶ˚ସା ମିଳିବ। ପରିବାର ପକ୍ଷରୁ ଶୁଭ ସମାଚାର ପାଇବେ।

Advertisment

publive-imageବୃଷ: ବନ୍ଧୁଙ୍କ ସହଯୋଗରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ଅବସ୍ଥା ସୁଦୃଢ଼ ରହିବ। ଅଫିସରେ ନୂଆ କାମ ପାଇଁ ଉତ୍ସାହିତ ରହିବେ। ଜୀବନସାଥୀଙ୍କ ଭାବନାକୁ ସମ୍ମାନ କରନ୍ତୁ।

publive-imageମିଥୁନ: ଦିନଟି ବ୍ୟସ୍ତତାରେ କଟିବ। ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଅଗ୍ରଗତି ପାଇଁ ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

publive-imageକର୍କଟ: ଆପଣଙ୍କର କୌତୁକିଆ ସ୍ବଭାବ ଲୋକପ୍ରିୟତାରେ ବୃଦ୍ଧି କରାଇବ। ନିବେଶ ବିଷୟରେ ନୂଆ ପରାମର୍ଶ ପାଇପାରନ୍ତି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

publive-imageସି˚ହ: ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

publive-imageକନ୍ୟା: ବେପାର ବୃତ୍ତିରେ ଲାଗି ରହିଥିବା ଅନିଶ୍ଚିତତା ଦୂର ହେବ। ଧନ ସ˚ପତ୍ତିରେ ବୃଦ୍ଧି ଘଟିବ। ପ୍ରିୟଜନ ମିଳନ ହୋଇପାରେ। ମନୋର˚ଜନ କାର୍ଯ୍ୟରେ ସମୟ ବିତିବ।

publive-imageତୁଳା: ନୂଆ ବିଚାର ଆଧାରରେ କାମ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଗୃହିଣୀ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ।

publive-imageବିଛା: ପରିବାରରେ ବଡ଼ଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବେ। ଟଙ୍କା ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବନ୍ଧୁଙ୍କ ସହିତ ନୂଆ ଯୋଜନା କରିବେ।

publive-imageଧନୁ: ଜୀବନରେ ସୁଖଶାନ୍ତି ଆସିବ। ଅନ୍ୟମାନଙ୍କ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ। ପରିଜନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ।

publive-imageମକର: ଆପଣଙ୍କର ଇଚ୍ଛା ସ˚ପୂର୍ଣ୍ଣ କରିବା ପ୍ରୟାସରେ ସଫଳ ହେବେ। କୌଣସି ଭଲ ଖବର ମିଳିବ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି।

publive-image

କୁମ୍ଭ: ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପୁରୁଣା ଅନୁଭବ କାମରେ ଆସିବ। ନୂଆ କାମରେ ସଫଳତା ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ।

publive-imageମୀନ: ଜରୁରୀ କାମ ପାଇଁ ଶକ୍ତି ସଞ୍ଚୟ କରି ରଖନ୍ତୁ। କିଛି ଲୋକଙ୍କ ସାହାଯ୍ୟରେ ଆପଣଙ୍କ କାର୍ଯ୍ୟ ପୂରା ହେବ। ବାହନ କିଣିବା ଲାଗି ଯୋଜନା କରିପାରନ୍ତି।