ମେଷ: କାରବାର ଲାଗି ଦିନଟି ଭଲ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କୌଣସି ରଚନାତ୍ମକ କାମରେ ଲାଭ ହେବ। ଅଫିସରେ ନୂଆ ଦାୟିତ୍ବ ପାଇବେ। ପରିବାରରେ ସୁଖଶାନ୍ତି ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ।
ମିଥୁନ: ଅନେକ ଦିନର ସମସ୍ୟା ଆପେ ସମାଧାନ ହୋଇଯିବ। ଜୀବନରେ ଆଗକୁ ବଢ଼ିବାର ମାର୍ଗ ଖୋଲିବ। ପରିବାର ମଧ୍ୟରେ ଭଲ ବୁଝାମଣା ରହିବ।
କର୍କଟ: ଜରୁରୀ କାମକୁ ସ˚ପୂର୍ଣ୍ଣ କରିବା ପାଇଁ ଯୋଜନା କରିବେ। ନେତାମାନେ କିଛି ଲୋକଙ୍କ ଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ।
ସି˚ହ: ବଡ଼ ବ୍ୟବସାୟ ସଂସ୍ଥାର ଭାଗୀଦାର ହୋଇପାରନ୍ତି। ଅଫିସ କାମରେ ଅଧିକ ପରିଶ୍ରମ କରିବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
କନ୍ୟା: ନିଜକୁ ଶକ୍ତିବାନ ଅନୁଭବ କରିବେ। ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ମତ ଉପାଦେୟ ସାବ୍ୟସ୍ତ ହେବ।
ତୁଳା: ସ୍ଥଗିତ ଥିବା କାମର ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ମିଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ନୂଆ ଯୋଜନା କରିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ସାଧୁ ସନ୍ଥଙ୍କ ସହିତ ସ˚ପର୍କ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଛାତ୍ରଙ୍କୁ ବନ୍ଧୁଙ୍କର ସାହାଯ୍ୟ ମିଳିବ।
ଧନୁ: କୌଣସି ସମସ୍ୟାର ମୁକାବିଲା କରିବାକୁ ପଡ଼ିବ। ପରିଜନଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭର ଅବସର ମିଳିବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ମକର: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। କାର୍ଯ୍ୟ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଉପାର୍ଜନ ଲାଗି ନୂଆ ମାଧୢମ ଦୃଷ୍ଟିଗୋଚର ହେବ।
କୁମ୍ଭ: କୌଣସି ଭଲ ଖବର ପାଇବେ। ଜ୍ଞାନ ଓ ବୁଦ୍ଧି ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିୟର ପାଇଁ ନୂଆ ମାର୍ଗ ଉନ୍ମୁକ୍ତ ହେବ। ଜୀବନରେ ନୂଆ ସମ୍ପର୍କ ଯୋଡ଼ି ହେବ।
ମୀନ: ସରକାରୀ କାମରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ପ୍ରିୟତମଙ୍କ ସହିତ ଗପସପରେ ସମୟ ବିତିବ।