publive-imageମେଷ: ସାମାଜିକ କାର୍ଯ୍ୟରେ ସମୟ ଦେବେ। କିଛି ନୂଆ କାମ କରିବାର ଯୋଜନା କରିବେ। ସିନେ କଳାକାରଙ୍କୁ ଭଲ କାର୍ଯ୍ୟକ୍ରମରେ ସୁଯୋଗ ମିଳିପାରେ।

Advertisment

publive-imageବୃଷ: ପୂର୍ବରୁ କରିଥିବା କାମରେ ଲାଭ ପାଇବେ। ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କୌଣସି ଯୋଜନା ସଫଳ ହେବ। ସମାଜରେ ମାନ ସମ୍ମାନ ମିଳିବ।

publive-imageମିଥୁନ: ବଡ଼ ଭାଇଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବେପାରୀଙ୍କୁ ପ୍ରଚୁର ଲାଭ ମିଳିପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।

publive-imageକର୍କଟ: ଅଫିସରେ ଦିନଟି ଭଲରେ କଟିବ। ଉପରିସ୍ଥ କର୍ମଚାରୀଙ୍କ ସହିତ କୌଣସି ବିଷୟରେ କଥାବାର୍ତ୍ତା ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

publive-imageସି˚ହ: ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। କାମରେ ଏକାଗ୍ରତା ଯୋଗୁଁ ସଫଳ ହେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageକନ୍ୟା: ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। ଆପଣଙ୍କର ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ବେପାର ସମ୍ପର୍କିତ କାମରେ ସହର ବାହାରକୁ ଯିବେ।

publive-imageତୁଳା: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। କୌଣସି ଜରୁରୀ କାମରେ ସଫଳତା ପାଇବେ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି।

publive-imageବିଛା: ସବୁ ଲୋକଙ୍କ କଥା ଶୁଣିବାକୁ ଚେଷ୍ଟା କରିବେ। ଆପଣଙ୍କର ଭଲ କାମ ଦ୍ବାରା ଉଚ୍ଚ ଅଧିକାରୀ ପ୍ରଭାବିତ ହେବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageଧନୁ: ଅନ୍ୟମାନଙ୍କ ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ଭାବିଥିବା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ସାହିତ୍ୟିକଙ୍କ ଲାଗି ଦିନଟି ଉତ୍ତମ।

publive-imageମକର: ନିଜର ଲୋକଙ୍କ ଠାରୁ ଅର୍ଥ ସମ୍ବନ୍ଧୀୟ ପରାମର୍ଶ ନେବେ। ବ୍ୟବସାୟିକ କାମରେ ବାହାରକୁ ଯିବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ।

publive-image

କୁମ୍ଭ: ଇଷ୍ଟଦେବଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ବିଚାର ଆସିବ। ଆପଣଙ୍କ କାମ ନେଇ ଚର୍ଚ୍ଚା ହେବ। ବନ୍ଧୁଙ୍କ ସହିତ ସ୍ମରଣୀୟ ଅନୁଭୂତି ହେବ।

publive-imageମୀନ: ଆପଣଙ୍କ ଆଖପାଖରେ ସୁଖଦ ପରିବେଶ ରହିବ। କିଛି ନୂଆ ଶିଖିବାର ସୁଯୋଗ ପାଇବେ। ବ୍ୟବସାୟ କାମ ପାଇଁ ବାହାରକୁ ଯିବାର ଯୋଜନା କରିବେ।