ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଧୢାନ ଜପରେ ମନକୁ ଶାନ୍ତି ମିଳିବ। କୌଣସି ସ˚ପର୍କୀୟଙ୍କ ସହିତ କଥାବାର୍ତ୍ତା ମାଧ୍ୟମରେ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ।

ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଆଜି ଆପଣ ଟିକେ ନିଜକୁ ଆୟତ୍ତରେ ରଖିବା ଦରକାର। କୌଣସି କାମରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଘରୋଇ କାମ ଲାଗି ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

କର୍କଟ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କର ମନୋକାମନା ପୂରା ହେବ। ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଦିନଟି ଖୁସିଭରା ରହିବ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କର ଢେର୍‌ସାରା ପ୍ରେମ ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ପରିଶ୍ରମ ଅଧିକ କରନ୍ତୁ; ସଫଳତା ମିଳିବାର ଯୋଗ ରହିଛି। କୌଣସି ନୂଆ କମ୍ପାନିରେ ଚାକିରି ପ୍ରସ୍ତାବ ମିଳିପାରେ। ପରିବାର ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

ତୁଳା: ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। କୌଣସି ଶୁଭ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ସନ୍ତାନଙ୍କ କାମରେ ଖୁସି ହେବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିବାର ସମ୍ଭାବନା ରହିଛି। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। କାରବାରରେ ସଫଳତା ମିଳିବ। ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହର ପାର୍ବତୀ।

ମକର: ନିଜ ଉପରେ ବିଶ୍ବାସ ରଖନ୍ତୁ। କୌଣସି ଜରୁରୀ କାମ ଜୀବନସାଥୀଙ୍କ ପରାମର୍ଶ ନେଇ କରନ୍ତୁ; ଭଲ ଫଳାଫଳ ମିଳିବ। ଯାତ୍ରା ସମୟରେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

କୁମ୍ଭ: କୌଣସି ମାମଲାରେ ଭାବପ୍ରବଣ ହେବେ। ବ୍ୟବସାୟ ବିସ୍ତାର ଲାଗି ଯୋଜନା କରିପାରନ୍ତି। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମୀନ: ଦିନଟି ସବୁ ଦୃଷ୍ଟିରୁ ଭଲ। ନିର୍ଣ୍ଣୟର ଫଇସଲା ଲାଭପ୍ରଦ ହୋଇପାରେ। ଜୀବନରେ ସୁଖ ଶାନ୍ତି ଆସିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର