ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଭାଗ୍ୟର ସ˚ପୂର୍ଣ୍ଣ ସହଯୋଗ ପାଇବେ। ଉପରିସ୍ଥ କର୍ମଚାରୀଙ୍କ ଆଗରେ ଆପଣଙ୍କ ମତ ରଖନ୍ତୁ; ସକାରାତ୍ମକ ଫଳ ପାଇବେ। ବ୍ୟବସାୟରେ ଲାଭ ହେବ।

 

 

ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜଟିଳ ବିଷୟ ବୁଝିବାରେ ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

 

ମିଥୁନ: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଟେଲି-କଳାକାରଙ୍କ ଲାଗି ଦିନଟି ଉତ୍ତମ। ବେପାର ଉଦ୍ୟୋଗରେ ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନେବେ।

 

କର୍କଟ: କୌଣସି କଥା ନେଇ ମନ ଅଶାନ୍ତ ଥିଲେ ସାଥୀଙ୍କୁ କୁହନ୍ତୁ। ନିଜ ଉପରେ ଭରସା ରଖି ନିଜସ୍ବ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

 

 

ସି˚ହ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ।

 

କନ୍ୟା: ଭାବନା ଅତ୍ୟନ୍ତ ସକାରାତ୍ମକ ରହିବ। ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଆୟର ନୂଆ ସ୍ରୋତ ସାମନାକୁ ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ।

 

ତୁଳା: ଧାର୍ମିକ ପ୍ରବୃତ୍ତି ବିକଶିତ ହେବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଯିବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦୁଆର ଖୋଲିପାରେ।

 

ବିଛା: ଜ୍ଞାତ ଅଜ୍ଞାତରେ ଆପଣଙ୍କର କୌଣସି ଭୁଲ୍‌ ହୋଇପାରେ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଉପନ୍ୟାସ ପଢ଼ିବା ଲାଗି ମନ ସ୍ଥିର କରିପାରନ୍ତି।

 

ଧନୁ: ବ୍ୟବସାୟରେ କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।

 

ମକର: କାର୍ଯ୍ୟ କ୍ଷେତ୍ରରେ କୌଣସି ସମସ୍ୟା ଆସିପାରେ। ନୂଆ ପୁଞ୍ଜି ବିନିଯୋଗ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

 

କୁମ୍ଭ: ପ୍ରତିଟି କାମର ଉପାୟ ସହସା ବାହାରିଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପୁରୁଣା ସଙ୍ଗୀତ ଶୁଣିବାକୁ ମନ କହିବ।

 

 

ମୀନ: ମାତାପିତାଙ୍କ ଠାରୁ ମିଳିଥିବା ପରାମର୍ଶର ବିନିଯୋଗ ଲାଭପ୍ରଦ ହେବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଆୟର ନୂଆ ମାର୍ଗ ଖୋଲିବ।

ସମ୍ବନ୍ଧିତ ଖବର