ମେଷ: ଆପଣଙ୍କ କାମ ସମୟ ସୀମା ମଧୢରେ ପୂରା କରିନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପୂଜାପାଠରେ ସମୟ ବିତିବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। କୌଣସି ସ˚ଘରେ ଯୋଗ ଦେବାର ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ତର୍କ ହୋଇପାରେ। ଛାତ୍ରଙ୍କୁ ଭଲ ଫଳ ମିଳିବ।
କର୍କଟ: ଇଷ୍ଟଦେବଙ୍କ ଧ୍ୟାନ କଲେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟୀଙ୍କୁ ଲାଭ ହେବ।
ସି˚ହ: ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ବିରୋଧୀ ସ୍ବ˚ୟ ପରାସ୍ତ ହୋଇଯିବେ। ନୂଆ ଉତ୍ସରୁ ଧନଲାଭ ହେବ।
କନ୍ୟା: ବେପାର ସମ୍ବନ୍ଧରେ ମନରେ ଅଭିନବ ବିଚାର ଆସିବ। ଖାସ୍ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିଜନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।
ତୁଳା: ନୂଆ କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ବିଛା: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟରେ ଲାଗିରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।
ଧନୁ: କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅଧୁରା କାମ ପୂରା ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ।
ମକର: ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ। ପୁଞ୍ଜି ବଜାରରେ ନିବେଶ ଲାଭଦାୟକ। ରାଜନୀତିରେ କିଛି ଆଶା ପୂରଣ ହେବ।
କୁମ୍ଭ: ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ।
ମୀନ: ଯାହା ବି କାମ କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା କରିବେ।