ମେଷ: ସଠିକ୍ ନିଷ୍ପତ୍ତି ନେବା ସହଜ ହେବ। ଅଫିସ ଆଲୋଚନାରେ ନୂଆ ଲୋକଙ୍କ ବିଷୟରେ ଜାଣିବେ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣ ବଡ଼ କ˚ପାନି ସହିତ ବ୍ୟବସାୟ କରିବାର ସୁଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ମିଥୁନ: ଆପଣଙ୍କର ଦାୟିତ୍ବ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଘରକୁ ବନ୍ଧୁ ଆସିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
କର୍କଟ: ମସ୍ତିଷ୍କରେ ଘୂରି ବୁଲିଥିବା ଓଲଟପାଲଟ ଚିନ୍ତା ସମାପ୍ତ ହେବ। କିଛି ନୂଆ ଶିଖିବାର ସୁଯୋଗ ପାଇବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।
ସି˚ହ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କନ୍ୟା: କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ନୂଆ ଡିଲ୍ରୁ ଧନଲାଭ ହେବ। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ।
ତୁଳା: ନିଜ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ବିଛା: ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ଜମି ଦଲାଲଙ୍କୁ ପୂର୍ବରୁ କିଣିଥିବା ଜମିରୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ପଦୋନ୍ନତି ମିଳିପାରେ।
ଧନୁ: ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। କାରବାରରେ ଲାଭ ହେବାର ଯୋଗ ରହିଛି। ବାଲ୍ୟ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ।
ମକର: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଛୋଟ ଧରଣର ଏପରି କିଛି କାମ କରିବେ ଯେଉଁଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ।
କୁମ୍ଭ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ଭ୍ରମଣ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ।
ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଶ˚ସା ପାଇବେ।