ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ସାଥୀଙ୍କ ସହ ରାତ୍ରୀଭୋଜନ ପାଇଁ ଯୋଜନା କରିବେ।
ମିଥୁନ: ଅତୀତର କଥା ନେଇ ମନସ୍ତାପରେ ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
କର୍କଟ: ଆପଣଙ୍କର ଜୀବନଶୈଳୀ ଅନୁଯାୟୀ ଦିନଟି ଭଲ। କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
ସି˚ହ: ଆର୍ଥିକ ଲାଭ ପାଇଁ ନେଇଥିବା ନିଷ୍ପତ୍ତି ଫଳପ୍ରଦ ହେବ। ଆପଣଙ୍କର ଦାୟିତ୍ବ ବୃଦ୍ଧି ହୋଇପାରେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।
କନ୍ୟା: ପରିଜନଙ୍କ ସହିତ ଧର୍ମ ସ୍ଥାନକୁ ଯାତ୍ରାରେ ଯିବେ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ଯୋଗୁଁ କଷ୍ଟ ଦୂର ହେବ। ଆୟର ନୂଆ ସ୍ରୋତ ମିଳିପାରେ।
ତୁଳା: ଭାବିଥିବା କାମ ଗତିଶୀଳ ହେବ। କିଛି ଲୋକ ଆପଣଙ୍କର ଉନ୍ନତି କରାଇବେ। ବ୍ୟବସାୟରେ ଲାଭ ହେବ। ପିଲାମାନେ ପଢ଼ିବାରେ ଅଧିକ ସମୟ ଦେବେ।
ବିଛା: ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ଧନୁ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ମହିଳାମାନେ ଖୁସିରେ ଜିନିଷପତ୍ର କିଣିବେ।
ମକର: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ସ˚ପୂର୍ଣ୍ଣ ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ।
କୁମ୍ଭ: ଅତୀତ କଥା ପାସୋରି ଆଗକୁ ବଢ଼ିବା ପାଇଁ ଭାବନ୍ତୁ। ଅନ୍ୟମାନଙ୍କ ସମ୍ମୁଖରେ ସବୁ କଥା କହିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟିକ କାମରେ ଯାତ୍ରା କରିପାରନ୍ତି।
ମୀନ: ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ଲାଭପ୍ରଦ ହୋଇପାରେ। ଛାତ୍ରଙ୍କ ଲାଗି ଉପାର୍ଜନର ସୁଯୋଗ ସୃଷ୍ଟି ହେବ।