ମେଷ: କିଛି ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ। କ୍ଷୁଦ୍ର ଉଦ୍ୟୋଗରେ ନିବେଶ କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜୀବନକୁ ଉତ୍ତମ କରିବା ଲାଗି ଚେଷ୍ଟା କରିବେ। ଉପାର୍ଜନର ନୂଆ ସ୍ରୋତ ପାଇବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।
ମିଥୁନ: କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ପାଇବେ। ପରିବାର ସହିତ ହସଖୁସିରେ ସମୟ ଅତିବାହିତ କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କର୍କଟ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ଲକ୍ଷ୍ୟ ସମ୍ବନ୍ଧରେ ବିଚାର କରିବେ। କାମ ସମ୍ବନ୍ଧୀୟ ଯାତ୍ରା ଲାଭପ୍ରଦ ରହିବ। ପ୍ରେମରେ ସଫଳତା ପାଇବେ।
ସି˚ହ: କାରବାରରେ ଅଧୁରା ଥିବା ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
କନ୍ୟା: ଇଷ୍ଟଦେବଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ତୁଳା: ଆତ୍ମବିଶ୍ବାସ ଉଚ୍ଚ ରହିବ। ଆପଣଙ୍କ ରଚନାତ୍ମକ ପ୍ରତିଭା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ବେପାରରେ ଠିକ୍ ସମୟର ଉଚିତ ନିଷ୍ପତ୍ତି ନେବେ।
ବିଛା: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। ଖାଦ୍ୟ ପାନୀୟ ନେଇ ସଜାଗ ରୁହନ୍ତୁ।
ଧନୁ: ଆପଣ ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବାହନ କିଣିବା ଲାଗି ମନ ବଳିବ।
ମକର: ସାଙ୍ଗ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗି ପାରନ୍ତି। ଅଫିସରେ ସହଯୋଗୀଙ୍କ ସହିତ ଘନିଷ୍ଠତା ବଢ଼ିବ। ପରିବାରରେ ଆପଣଙ୍କ ଗୁଣର ପ୍ରଶ˚ସା ହେବ।
କୁମ୍ଭ: ଅଫିସରେ ସମସ୍ତଙ୍କ ପ୍ରତି ସହିଷ୍ଣୁତା ପ୍ରଦର୍ଶନ କରନ୍ତୁ। ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଘରକୁ ନୂଆ ବନ୍ଧୁ ଆସିବେ। ବିବାହିତଙ୍କ ଲାଗି ଦିନଟି ଭଲ।
ମୀନ: ଲାଗିରହିଥିବା ଚିନ୍ତା ସମାପ୍ତ ହେବ। ଆପଣ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।