ମେଷ: କ୍ୟାରିୟରରେ ଉନ୍ନତି ଲାଗି ସୁଯୋଗ ପାଇବେ। ପଡ଼ୋଶୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ପରିବାରରେ ଧର୍ମ କାର୍ଯ୍ୟ ପାଇଁ ଯୋଜନା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ନୂଆ ଲୋକମାନଙ୍କ ସହିତ ମିଶିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ।
ମିଥୁନ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ସବୁ କିଛି ଭଲ ହେବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
କର୍କଟ: ଆତ୍ମବିଶ୍ବାସ ଅତୁଟ ରହିବ। ବିଶେଷ ଲୋକଙ୍କ ସହିତ ସାକ୍ଷାତ୍କାର ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ କରି ଦେଖାଇବେ। ଧନପ୍ରାପ୍ତିର ଯୋଗ ରହିଛି।
ସି˚ହ: ଯାହା ବି କାମ କରିବେ ଲାଭ ପାଇବେ। ଚାକିରିଜୀବୀଙ୍କୁ ଭଲ ଖବର ମିଳିବ। ରାଜନୀତ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ବିବାହ ପାଇଁ ନିଷ୍ପତ୍ତି ନେଇ ପାରନ୍ତି।
କନ୍ୟା: କାରବାରରେ ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ସାବ୍ୟସ୍ତ ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।
ତୁଳା: ଅଫିସରେ ନିଜକୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଧାର ଦେଇଥିବା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।
ବିଛା: ଆପଣଙ୍କର ସବୁ ପ୍ରୟାସ ସଫଳ ହେବ। ନୂଆ ସଂଘରେ ଯୋଡ଼ିହେବା ନେଇ ବିଚାର କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କର ସାହାଯ୍ୟ ମିଳିବ।
ଧନୁ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ପାଇବେ। ଲୋକମାନଙ୍କ ସହିତ ମିଶିବା ଆପଣଙ୍କ ଲାଗି ଲାଭପ୍ରଦ ହେବ। ପ୍ରେମ ସମ୍ବନ୍ଧରେ ମନସ୍କାମନା ପୂରଣ ହେବ।
ମକର: ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଚାକିରିରେ ଉନ୍ନତି କରିବେ। ବନ୍ଧୁଙ୍କ ସହିତ ମିଶିବା ପାଇଁ ଅବସର ପାଇବେ।
କୁମ୍ଭ: ଅଫିସ କାମରେ ଅଧିକ ସମୟ ଦେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। ବାଲ୍ୟ ବନ୍ଧୁଙ୍କ ସହିତ ଫୋନରେ ଲମ୍ବା ସମୟ ଧରି କଥା ହେବେ।
ମୀନ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ରହିଛି। ନୂଆ ଚୁକ୍ତିପତ୍ର ଲାଗି ବର୍ତ୍ତମାନ ସମୟ ଭଲ।