ମେଷ: ଅଫିସରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍କାର ହେବ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବେପାର ବୃଦ୍ଧିର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମିଥୁନ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
କର୍କଟ: ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ସି˚ହ: ଚାକିରି ବୃତ୍ତିରେ ଲାଗିରହିଥିବା ବିବାଦ ସମାପ୍ତ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ।
କନ୍ୟା: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ସହରକୁ ଜିନିଷପତ୍ର କିଣିବାକୁ ଯିବେ।
ତୁଳା: ଭାବିଥିବା କାମ ଶୀଘ୍ର ସ˚ପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସ ଖୁସିରେ ସମୟ କଟିବ।
ବିଛା: ଖୁସ୍ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଉପାର୍ଜନ ପାଇଁ ନୂଆ ଉତ୍ସର ସନ୍ଧାନ ମିଳିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ଧନୁ: ବ୍ୟବସାୟରେ ଲାଭ ପାଇବେ। ଅଫିସ କାମରେ ଯାତ୍ରା ସୁଖଦ ରହିବ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମ ଭାବ ରହିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।
ମକର: ଯାହା ବି ନିଷ୍ପତ୍ତି ନେବେ ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଲୋକମାନଙ୍କର ସହଯୋଗ ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।
କୁମ୍ଭ: ଯାହା ବି କାମ କରିବେ ସଫଳତା ହାସଲ କରିବେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ଘରକୁ ବନ୍ଧୁ ଆସିବେ।
ମୀନ: ପୂଜାପାଠରେ ସମୟ ବିତିବ। ଯେଉଁ ସୁଯୋଗର ଅପେକ୍ଷାରେ ଅଛନ୍ତି ତାହା ଆପଣଙ୍କୁ ମିଳିବ। ପ୍ରେମ ସମ୍ବନ୍ଧରେ ସୁଖ ବୃଦ୍ଧି ପାଇବ।