ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିବ। ଭୂସ˚ପତ୍ତି କିଣି ପାରନ୍ତି। ଅସନ୍ତୁଷ୍ଟ ଥିବା ପ୍ରିୟତମଙ୍କୁ ମନାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ।

ବୃଷ: ଆପଣଙ୍କ ଠାରୁ ବଡ଼ଙ୍କର ସେବା କରନ୍ତୁ, ଅଫିସରେ ଲାଗିରହିଥିବା ବାଧା ଦୂର ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ।

ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ଅଫିସରେ ଅଧିକ ପରିଶ୍ରମ କରି ଅସମାପ୍ତ କାମ ସ˚ପୂର୍ଣ୍ଣ କରିନେବେ।

କର୍କଟ: ଅଫିସରେ କିଛି ସହକର୍ମୀ ଆପଣଙ୍କୁ ବିରୋଧ କରିବେ ଆଉ କିଛି ଆପଣଙ୍କ ସପକ୍ଷରେ ରହିବେ। ବୈବାହିକ ଜୀବନ ଭଲ ରହିବ। ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସି˚ହ: ଖୋଦ୍‌କୁ ସତେଜ ଅନୁଭବ କରିବେ। ପାରିବାରିକ କାମରେ ସବୁ ସଦସ୍ୟଙ୍କର ସହଯୋଗ ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କନ୍ୟା: ପାରିବାରିକ ବନ୍ଧୁଙ୍କ ସହିତ ଦେଖା ହେବ। ବେପାରରେ ଧନଲାଭ ହେବ। ପ୍ରେମିକାଙ୍କ ସହିତ ବୁଲିବାକୁ ଯିବା ପାଇଁ ଯୋଜନା କରିବେ।

ତୁଳା: ବିବାଦ ଠାରୁ ଦୂରରେ ରହନ୍ତୁ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ଭାଗୀଦାରି କାରବାରରେ ଲାଭ ପାଇବେ।

ବିଛା: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। କଥା କହିବା ବେଳେ ସହଜ ଓ ସରଳ ଭାଷାର ପ୍ରୟୋଗ କରନ୍ତୁ। ବ୍ୟବସାୟରେ ଉନ୍ନତି ହେବ।

ଧନୁ: କୌଣସି କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ବ୍ୟବସାୟ ସାଥୀଙ୍କ ସହିତ ରାତ୍ରିଭୋଜନ କରିବେ।

ମକର: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

କୁମ୍ଭ: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଅଫିସରେ କୌଣସି କାମକୁ ନେଇ ତରତର ହୁଅନ୍ତୁ ନାହିଁ। ମନୋର˚ଜନ ପାଇଁ ଖର୍ଚ୍ଚ କରିପାରନ୍ତି।

ମୀନ: ଚାକିରି ବୃତ୍ତିରେ ମନ ଲାଗିବ। କୌଣସି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ। ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ।

ସମ୍ବନ୍ଧିତ ଖବର