publive-imageମେଷ: ଚାକିରି ବୃତ୍ତିରେ ମନପ୍ରାଣ ଢାଳି କାମ କରିବେ। ସହଯୋଗୀଙ୍କ ସହାୟତା ମିଳିବା ହେତୁ କାର୍ଯ୍ୟ ଭାର କମିବ। ଘରୋଇ ପରିବେଶରେ ପ୍ରସନ୍ନତା ବଜାୟ ରହିବ।

Advertisment

publive-imageବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କୌଣସି ଦିଗରୁ ଖୁସି ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ।

publive-imageମିଥୁନ: ବ୍ୟବସାୟରେ ଲାଭ ବୃଦ୍ଧି ପାଇଁ ଅଧିକ ମନୋଯୋଗରେ କାମ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageକର୍କଟ: ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ବୁଲି ଯିବା ପାଇଁ ଯୋଜନା କରିବେ।

publive-imageସି˚ହ: ପୂର୍ବର ଭଲ ପ୍ରଦର୍ଶନ ପାଇଁ ଚାକିରିରେ ପଦୋନ୍ନତି ମିଳିପାରେ। କାରବାର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।

publive-imageକନ୍ୟା: ମନରେ ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ।

publive-imageତୁଳା: ଆପଣଙ୍କୁ କୌଣସି ବିଶେଷ କାମ ମିଳିପାରେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଛାତ୍ରୀମାନେ ଲେଖାପଢ଼ାରେ ଧ୍ୟାନ ଦେବେ।

publive-imageବିଛା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବ୍ୟବସାୟରେ ନୂଆ ଚୁକ୍ତି କରିବାର ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-imageଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସୁଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଶୁଭ ସମାଚାର ପାଇବେ।

publive-imageମକର: ଆପଣଙ୍କ ଜୀବନର ସବୁ ଅଶାନ୍ତି ଦୂର ହେବ। ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ଅଫିସ ଯିବାବେଳେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।

publive-imageମୀନ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ପ୍ରିୟତମଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।