ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାଗ୍ୟର ସହଯୋଗ ପାଇବେ। ଲୋକେ ଆପଣଙ୍କ କଥାକୁ ପୂରା ମନ ଧୢାନ ଦେଇ ଶୁଣିବେ। ଯୌଥ କାରବାରରୁ ଲାଭ ପାଇବେ।

ବୃଷ: କ୍ୟାରିୟର ସମ୍ବନ୍ଧରେ କିଛି ଭଲ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ଘରକୁ ବନ୍ଧୁମାନଙ୍କ ଯିବା ଆସିବା ଲାଗି ରହିବ।

ମିଥୁନ: ପରିବାରରେ ସ୍ନେହ ଓ ସହଯୋଗ ପାଇବେ। ନିଜ କ୍ୟାରିୟରରେ ସଫଳତାର ପାହାଚ ଚଢ଼ିବେ। ବନ୍ଧୁଙ୍କୁ ମନର କଥା କହିବେ।

କର୍କଟ: ଅଫିସରେ ଦିଆଯାଇଥିବା କାମ ମନୋଯୋଗରେ କରିବେ। ଶୁଭ ଖବର ପାଇବେ। ରାଜନୀତିରେ ଆପଣଙ୍କର ପ୍ରାଧାନ୍ୟ ବଢ଼ିବ।

ସି˚ହ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ସ˚ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

କନ୍ୟା: ଠାକୁରଙ୍କ ପୂଜାର୍ଚ୍ଚନା ଦ୍ବାରା ଆତ୍ମସନ୍ତୋଷ ମିଳିବ। ଜରୁରୀ କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଭୂସ˚ପତ୍ତି କିଣି ପାରନ୍ତି।

ତୁଳା: ନିଜ ଉପରେ ବିଶ୍ବାସ ରଖନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ ଜରୁରୀ କାମ କରନ୍ତୁ, ଭଲ ପରିଣାମ ପାଇବେ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ବିଛା: ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ କୌଣସି ଉପହାର ଦେବେ। ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ।

ଧନୁ: କିଣାବିକାରେ ବଡ଼ଙ୍କ ସମ୍ମତି ଲାଭଦାୟକ ହେବ। ବ୍ୟକ୍ତିଗତ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମକର: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଅର୍ଥ ସାହାଯ୍ୟରେ କୌଣସି ମାମଲାର ସମାଧାନ ହେବ। ପ୍ରେମ ସମ୍ବନ୍ଧ ଭଲ ରହିବ।

କୁମ୍ଭ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ କରିବେ। ରାଜନୀତିରେ ସକ୍ରିୟ ନେତା ସଫଳତା ପାଇବେ। ବେପାରରେ ଉନ୍ନତି ହେବ।

ମୀନ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। କୌଣସି ନୂଆ କାମ କରିବା ପାଇଁ ଚିନ୍ତା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ।

ସମ୍ବନ୍ଧିତ ଖବର