ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ଲାଗି ନୂଆ ସାଧନ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଅଫିସରେ କର୍ତ୍ତୃତ୍ବ ବଢ଼ିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

ବୃଷ: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ କୌଣସି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

ମିଥୁନ: ଖୋଦ୍‌କୁ ଶକ୍ତିଶାଳୀ ଅନୁଭବ କରିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।

କର୍କଟ: ଆପଣଙ୍କ ଭଲ ବ୍ୟବହାର ଦ୍ବାରା ଆଖପାଖର ଲୋକେ ଖୁସି ରହିବେ। ବ୍ୟବସାୟରେ ସୁଧାର ଆଣିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସି˚ହ: ବ୍ୟବସାୟ ପାଇଁ ଭାବିଥିବା କାମ ପୂରା ହେବ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

କନ୍ୟା: କମ୍‌ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ ପ୍ରାର୍ଥନାକୁ ଉପରିସ୍ଥ କର୍ମଚାରୀ ଗୁରୁତ୍ବର ସହିତ ବିଚାର କରିବେ।

ତୁଳା: ଦେବ ଦର୍ଶନ କରିବେ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଚୁକ୍ତିପତ୍ର ହୋଇପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବିଛା: ସାମାଜିକ ଉତ୍ସବରେ ଯୋଗ ଦେବାକୁ ସମୟ ବାହାର କରିବେ। ବ୍ୟବସାୟରେ ଉନ୍ନତି ହେବ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହେବ।

ଧନୁ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

ମକର: ଭବିଷ୍ୟତ ସଂପର୍କରେ ଶୁଭ ସମାଚାର ପାଇବେ। ଚାକିରିଜୀବୀଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧ ସୁଖରେ ପରିପୂର୍ଣ୍ଣ ରହିବ।

କୁମ୍ଭ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ସବୁ କାମ ମନୋଯୋଗରେ କରିବେ। ସମାଜର ବିଭିନ୍ନ ସ୍ତରର ଲୋକଙ୍କ ସହିତ ମିଶିବେ।

ମୀନ: ଆପଣଙ୍କ ଧୢାନ ଆଧୢାତ୍ମିକ କାର୍ଯ୍ୟରେ ଲାଗି ରହିବ। ବଡ଼ଙ୍କ ପରାମର୍ଶ ନେଇ ନୂଆ କାମ କରନ୍ତୁ। ବ୍ୟବସାୟରେ ଧନଲାଭ ହେବ।

ସମ୍ବନ୍ଧିତ ଖବର